ଆମ ଓଡ଼ିଶା ନବୀନ ଓଡ଼ିଶା


ଦିଗପହଣ୍ଡି ବଡ଼ ଖେମୁଣ୍ଡି ହାଇସ୍କୁଲ ପଡିଆ ଠାରେ ଗୁରୁବାର ଦିନ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଏହି ଅବସରରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଧନ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ” ଦିଗପହଣ୍ଡି ବ୍ଲକର 356 ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିମନ୍ତେ 12 କୋଟି 50 ଲକ୍ଷ ଟଙ୍କା ମଞ୍ଜୁର କରିଥିବା 5ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିୟନ ଘୋଷଣା କରିଥିଲେ । ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦିଗପହଣ୍ଡି ଗୋଷ୍ଠୀ ଉନୟନ ଅଧିକାରୀ ଡା.ଚିତ୍ତରଞ୍ଜନ ଦାସ ପରିଚାଳନାକରିଥିଲେ। ସେହିଭଳି ବ୍ରହ୍ମପୁର ମହାନଗର ନିଗମର କମିଶର ଜେ. ସୋନାଲ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀଙ୍କ ଯୁଗାନ୍ତ କାରୀ ପଦକ୍ଷେପକୁ ସ୍ଵାଗତ ଜଣେଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଯମୁନା ନାଇକ ଏବଂ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲାପରିଷଦ ବିପିନ ଚନ୍ଦ୍ର ପ୍ରଧାନ, ସଭ୍ୟ ରାଧାକାନ୍ତ ଗୌଡ଼, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।


error: Content is protected !!