ଝୁମ୍ପୁରା ଥାନା ଅନ୍ତର୍ଗତ ସୁରୁପତଳା ଗାଁରେ ଆଜି (ରବିବାର) ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ସେହି ଗାଁ ର ଜଗନ୍ନାଥ ପାତ୍ର (୫୩ ବର୍ଷ) ଅଟନ୍ତି। ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ସେ ସବୁଦିନ ଭଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ବହୁ ସମୟ ଧରି ଘରକୁ ଫେରିନଥିଲେ। ଏଣୁ ପରିବାର ସଦସ୍ୟମାନେ ଖୋଜାଖୋଜି କରିଥିଲେ। ଅପରାହ୍ଣ ସମୟରେ ଜଗନ୍ନାଥଙ୍କ ମୃତ ଦେହ ପାଣିରେ ଭାସୁଥିବା ଦେଖିଥିଲେ। ଏନେଇ ତୁରନ୍ତ ପୁଲିସକୁ ସୂଚିତ କରିଥିଲେ। ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହର ବ୍ୟବଚ୍ଛେଦ ନିମନ୍ତେ ଚମ୍ପୁଆ ଡାକ୍ତରଖାନା ପଠାଇଛି।
