January 27, 2026

Now Odisha

Now Odisha

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ଭିବିଜୀ ରାମ ଜୀ ବିଲ୍

Spread the love

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ବହୁଚର୍ଚ୍ଚିତ ଭିବିଜୀ ରାମ ଜୀ ବିଲ୍ । ଗତ ୧୮ ଓ ୧୯ ତାରିଖରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ଭିବିଜୀ ରାମ ଜୀ ବିଲ୍ ୨୦୨୫ । ଗତ ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲକୁ ଅନୁମୋଦନ ଦେବା ପରେ ଆଜି କେନ୍ଦ୍ର ଆଇନ ମନ୍ତ୍ରଳାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗେଜେଟ ବିଜ୍ଞପ୍ତି ପ୍ରକାଶ ପରେ ଆଜିଠାରୁ ଏହି ଆଇନ କାର୍ଯ୍ୟକାରୀ ହୋଇଛି ।

ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଆଜିବୀକା ମିଶନ ଗ୍ରାମୀଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହା ସହିତ ପୂର୍ବ ମନରେଗା ଆଇନ ନିରସ୍ତ୍ର ହୋଇଛି । ଏଣିକି ଗ୍ରାମାଞ୍ଚଳ ଆଜୀବୀକା ମିଶନ ପାଇଁ ଶ୍ରମ ବାବଦରେ ୧୦୦ ଦିନ ବଦଳରେ ୧୨୫ ଦିନ କାମ ମିଳିବ । ନୂଆ ଆଇନରେ ଏ ନେଇ ବ୍ୟବସ୍ଥା କରାଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । ଗତକାଲି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏବେ ଆସନ୍ତୁ ଜାଣିବା କ’ଣ ରହିଛି ଭିବିଜୀ ରାମ ଜୀ ଆଇନରେ । ନୂଆ ଆଇନ ବଳରେ ଏଣିକି ବର୍ଷକୁ ମିଳିବ ୧୨୫ ଦିନର କାମ । ବିକଶିତ ପଞ୍ଚାୟତ ଯୋଜନା ଲାଗୁ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ୯୦:୧୦ ବଦଳରେ କେନ୍ଦ୍ର ରାଜ୍ୟର ଅନୁପାତ ୬୦:୪୦ ରହିବ । ସେହିପରି ଉତ୍ତର ପୂର୍ବାଞ୍ଚଳ ଲାଗି ଅନୁପାତ ୯୦:୧୦ ରହିବ । ଏକ ଆର୍ଥିକ ବର୍ଷରେ ୬୦ ଦିନ ଯାଏଁ କାମ ଲାଗି ରାଜ୍ୟ ବିଜ୍ଞପ୍ତି ଜାରି କରିବ । ସାପ୍ତାହିକ ମଜୁରୀ ପ୍ରଦାନ ବାଧ୍ୟତାମୂଳକ । ଗ୍ରାମୀଣ ପରିବାରକୁ ଆୟଗତ ନିରାପତ୍ତା ଦେବ ଏହି ଯୋଜନା । କୌଶଳଗତ ଭିତ୍ତିଭୂମିକୁ ଫୋକସ କରାଯାଇଛି । ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଆଞ୍ଚଳିକ ସ୍ତରରେ ଯୋଜନା ହେବ । ଗ୍ରାମୀଣ ଅର୍ଥନୀତିକୁ ସଶକ୍ତୀକରଣ କରିବାକୁ ଏହି ଯୋଜନାର ଲକ୍ଷ୍ୟ ରଖି । ୧୨୫ ଦିନ ନିଶ୍ଚିତ କାମ ଯୋଗୁଁ ୨୫ ପ୍ରତିଶତ ଅଧିକ ଆୟ । କାମ ଯୋଗାଇ ନପାରିଲେ ରାଜ୍ୟଗୁଡିକ ଦେବେ ଭତ୍ତା ।

error: Content is protected !!