ସୁତ କହୁଛନ୍ତି ଶୁକଦେବ କଥା ଶୁଣି ପରିକ୍ଷିତ ରାଜା ଙ୍କ ଇଛା ହେଲା କୃଷ୍ଣ ଙ୍କ ମହୀମା ଶୁଣିବା ପାଇଁ। ପରିକ୍ଷିତ ରାଜା କହିଲେ ଯେ କୃଷ୍ଣ ର ଯେତେ ଗୁଣ କର୍ମ ଯାହା ଶୁଣିଲେ ପାପ ବିନାଶ ହୁଏ। ବାହ୍ୟ ଅଭ୍ୟନ୍ତର ପବିତ୍ର ହୁଏ। ତୁମ୍ଭର ପ୍ରସାଦ ରୁ ମୋର ଅଜ୍ଞାନ ଗଲା । ସେ କଥା ମୋତେ କୁହନ୍ତୁ। ବିଷ୍ଣୁ ସର୍ଜନା କଲେ ସଂସାର। ତାହା ଅନ୍ୟ ଦେବତା ଙ୍କୁ ଅଗୋଚର। ମୋତେ କୃଷ୍ଣ ଙ୍କ ମହୀମା ବିଷୟରେ ବୁଝାଇ କୁହନ୍ତୁ। ଶୁକଦେବ କହୁଛନ୍ତି ଯେ ନମସ୍ତେ ପରମ ପୁରୁଷ ଅନନ୍ତ ଘଟେ ଯାହାର ପ୍ରକାଶ ଲୀଳା ବିହାରେ ସୃଷ୍ଟି କରେ ପାଳନ କରି ପୁଣି ସଂହାର କରନ୍ତି। ହେଳେ ଏ ତିନି ଶକ୍ତି ଧରେ ଜନ୍ତୁ ର ଅନ୍ତରେ ବିହରେ ତେଣୁ ତା ମାର୍ଗ ଉପଲକ୍ଷେ କରିବ କାହାର ବା ଶକ୍ଯ ନମସ୍ତେ ଜଗତଜୀବନ ସାଧୁଙ୍କ ବୃଜୀନ ଦହନ ଅସାଧୁ ଦମନ ବେଭାର ଅଖିଳ ଜନ୍ତୁ ରୁପ ତୋର।ନମଃ ଭଗବତେ ବାସୁଦେବାୟ
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ