ଇସ୍ରାଏଲ ନିକଟରେ ବଡ଼ ନିଷ୍ପତ୍ତି ନେଇ ସୋମାଲିଆର ଏକ ଅଂଶ ସୋମାଲିଲାଣ୍ଡକୁ ଅଲଗା ଦେଶ ଭାବରେ ମାନ୍ୟତା ଦେଇଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଇସ୍ରାଏଲ ଦୁନିଆର ଏକମାତ୍ର ଦେଶ ଯିଏକି ସୋମାଲିଲାଣ୍ଡକୁ ଅଲଗା ଦେଶ ଭାବରେ ମାନ୍ୟତା ଦେଇଛି। କିନ୍ତୁ ଏହାକୁ ନେଇ ଜାତିସଂଘର ସୁରକ୍ଷା ପରିଷଦର ମିଟିଂରେ ବହୁ ଦେଶ ପ୍ରଶ୍ନ ଉଠାଇଛନ୍ତି।
ଏହି ଦେଶ ଜାତିସଂଘର ସୁରକ୍ଷା ପରିଷଦରେ କହିଛି ଯେ,ଇସ୍ରାଏଲର ଏହି ନିଷ୍ପତ୍ତି ପଛରେ ବିପଦଜନକ ଉଦେଶ୍ୟ ରହିଛି। ସେ କହିଛନ୍ତି, ଇସ୍ରାଏଲ ଚାହୁଁଛି ପୂର୍ବରୁ ସୋମାଲିଲାଣ୍ଡକୁ ଏକ ଅଲଗା ଦେଶର ମାନ୍ୟତା ଦିଆଯାଉ ଓ ପୁଣିଥରେ ଗାଜାରୁ ପାଲେଷ୍ଟାଇନର ଲୋକଙ୍କୁ ହଟାଇ ସେଠାରେ ବସାଇ ଦିଆଯାଉ।
ଏଭଳି ଭାବରେ ଗାଜା ଉପରେ ଦଖଲ କରିହେବ। ମୁସଲମାନ ଦେଶ କହିଛି ଇସ୍ରାଏଲର ଏହି ନିଷ୍ପତ୍ତି ସିଧାସଳଖ ଭାବରେ ଗାଜାକୁ ନେଇ ଏକ ପ୍ଲାନର ଅଂଶ। ଜାତିସଂଘରେ ସୋମାଲିଆର ରାଷ୍ଟ୍ରଦୂତ ଅବୁବକର ଦାହିର ଉସ୍ମାନ କହିଛନ୍ତି, ଇସ୍ରାଏଲର ଏହି ନିଷ୍ପତ୍ତି ଭୁଲ ଓ ସିଧା ଭାବରେ ଉକସାଇବା ଭଳି ପଦକ୍ଷେପ। ସେ କହିଛନ୍ତି,ଇସ୍ରାଏଲ ଏକ ସାର୍ବଭୌମ୍ୟ ଦେଶର ଅଂଶକୁ ଅଲଗା ଦେଶ ଭାବରେ ମାନ୍ୟତା ଦେଉଛି, ଯାହାକି ଭୁଲ। ସେ କହିଛନ୍ତି, ଏହି ନିଷ୍ପତ୍ତି ପୁରା ଆଫ୍ରିକାରେ ଅଶାନ୍ତି ସୃଷ୍ଟି କରିପାରେ। ଏହାଛଡା ଲୋହିତ ସାଗରର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବ।

More Stories
ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ ।
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ