January 25, 2026

Now Odisha

Now Odisha

ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ |

Spread the love

ସ୍ଥାନୀୟ ନିଖିଳ ଉତ୍କଳ କୁଇ ସମାଜ ତରଫରୁ ପବିତ୍ର ଶାମ୍ବ ଦଶମୀ ତିଥିରେ ପଡୁଥିବା ଭାରତ ମୁକ୍ତି ସଂଗ୍ରାମର ଅନବଦ୍ୟ ଯୋଦ୍ଧା ତଥା ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୁଇ ସମାଜ ସଭାଗୃହ ଠାରେ ଆୟୋଜିତ ବୈଠକରେ ସମସ୍ତ ଅତିଥି ଉପସ୍ଥିତ ହୋଇଥିଲେ।ସମସ୍ତ ଅତିଥି ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆଦିବାସୀ ପରମ୍ପରା ଅନୁଯାୟୀ ସ୍ଥାନୀୟ ଆଦିବାସୀ ମହିଳା ପୁରୁଷ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଯୁବ ପରିଷଦ ସଭାପତି ଆମନ ପ୍ରଧାନ, ଭୀମସେନ ପ୍ରଧାନ, ଉଦ୍ଦେଶନ ପ୍ରଧାନ,ଅଭିମନ୍ୟୁ ପ୍ରଧାନ,ବାଲିଗୁଡ଼ା କୁଇ ସମାଜ ସଭାପତି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

error: Content is protected !!