ସ୍ଥାନୀୟ ନିଖିଳ ଉତ୍କଳ କୁଇ ସମାଜ ତରଫରୁ ପବିତ୍ର ଶାମ୍ବ ଦଶମୀ ତିଥିରେ ପଡୁଥିବା ଭାରତ ମୁକ୍ତି ସଂଗ୍ରାମର ଅନବଦ୍ୟ ଯୋଦ୍ଧା ତଥା ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୁଇ ସମାଜ ସଭାଗୃହ ଠାରେ ଆୟୋଜିତ ବୈଠକରେ ସମସ୍ତ ଅତିଥି ଉପସ୍ଥିତ ହୋଇଥିଲେ।ସମସ୍ତ ଅତିଥି ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆଦିବାସୀ ପରମ୍ପରା ଅନୁଯାୟୀ ସ୍ଥାନୀୟ ଆଦିବାସୀ ମହିଳା ପୁରୁଷ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଯୁବ ପରିଷଦ ସଭାପତି ଆମନ ପ୍ରଧାନ, ଭୀମସେନ ପ୍ରଧାନ, ଉଦ୍ଦେଶନ ପ୍ରଧାନ,ଅଭିମନ୍ୟୁ ପ୍ରଧାନ,ବାଲିଗୁଡ଼ା କୁଇ ସମାଜ ସଭାପତି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |