January 25, 2026

Now Odisha

Now Odisha

ଶ୍ୱଶୁରଙ୍କ ଶବ ସତ୍କାରବେଳେ ଟଳି ପଡ଼ିଲେ ଜ୍ୱାଇଁ, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର |

Spread the love

ସ୍ମଶାନରେ ଶ୍ୱଶୁରଙ୍କ ଶବ ସତ୍କାର ଚାଲିଥିବାବେଳେ ସେଠାରେ ଜ୍ୱାଇଁ ଟଳି ପଡ଼ିଥିଲେ। ମେଡ଼ିକାଲକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଭଳି ଦୁଖଃଦ ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ସୁବାସ ପାହାନଙ୍କ ଗତକାଲି ନୂତନ ବର୍ଷର ପ୍ରଥମ ଦିନରେ ସକାଳୁ ମୃତ୍ୟୁ ଘଟିଛି ।

ଶ୍ୱଶୁରଙ୍କ ପରଲୋକ ଘଟିଥିବା ଖବରପାଇ ଜ୍ୱାଇଁ ଖଲ୍ଲିକୋଟ ଧରାକୋଟ ସାହିର ଜଗନ୍ନାଥ ବେହେରା ବିକ୍ରମପୁରରେ ପହଂଚି ଥିଲେ । ସାହି ପଡ଼ୋଶୀ ଓ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ସୁବାସଙ୍କ ମରଶରୀରକୁ ଅପରାହ୍ନରେ ଗାଁ ସ୍ମଶାନକୁ ନେଇଥିଲେ। ସାଥିରେ ଜ୍ୱାଇଁ ଜଗନ୍ନାଥ ବି ସ୍ମଶାନକୁ ଯାଇଥିଲେ । ସ୍ମଶାନରେ ଶ୍ୱଶୁରଙ୍କ ଶବ ସତ୍କାର ଚାଲିଥିବାବେଳେ ହଠାତ୍ ଜ୍ୱାଇଁ ଜଗନ୍ନାଥ ବେହେରାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ସମ୍ପର୍କୀୟମାନେ ଚିକିତ୍ସା ପାଇଁ ତୁରନ୍ତ ଜଗନ୍ନାଥଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

କିନ୍ତୁ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ୱଶୁରଙ୍କ ମୃତ୍ୟୁ ପରେ ଜ୍ୱାଇଁଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଧର୍ଯ୍ୟ ହରାଇଥିଲେ । କାନ୍ଦ ବୋବାଳିରେ ମେଡ଼ିକାଲ ପରିସର ଫାଟି ପଡ଼ିଥିଲା। ଖବରପାଇ ଖଲ୍ଲିକୋଟ ପୁଲିସ ଆଜି ସକାଳୁ ମେଡିକାଲରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ। ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ ନଂ ୧/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଜଗନ୍ନାଥ ବେହେରା ଛତ୍ରପୁର ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି ।

error: Content is protected !!