ଦ୍ଵିତୀୟ ଜ୍ୟୋତିର୍ଲିଙ୍ଗ


ଶ୍ରୀ ମଲ୍ଲିକାର୍ଜୁନ ଠାକୁରଶ୍ରୀ ଶୈଳମଆନ୍ଧ୍ରପ୍ରଦେଶଆନ୍ଧ୍ରପ୍ରଦେଶ କୁର୍ଣ୍ଣଲ ଜିଲ୍ଲା ରେ କୃଷ୍ଣା ନଦୀ ତଟରେ ଶ୍ରୀ ଶୈଳମ ଠାରେ ଶ୍ରୀ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଙ୍କର ପାବନ ଶୈବ ଧାମ ରହିଛି l ପୌରାଣିକ ତଥ୍ୟ ଅନୁସାରେ ଏଠାରେ ଶିଵ ପାର୍ବତୀ ତାଙ୍କ ବଡ଼ ପୁଅ ଶ୍ରୀ ଗଣେଶ ଙ୍କର ବିବାହ ଉତ୍ସବ କରିଥିଲେ l ଏଥିପାଇଁ ସାନପୁଅ କାର୍ତ୍ତିକେୟ ବାହା ନହୋଇ ଚିର କୁମାର ରହିଗଲେ lମନ୍ଦିର ଟି ସୁବୃହତ l 600 ଫୁଟ ଲମ୍ବା, 500 ଫୁଟ ଓସାର ଓ ପାଚେରୀ ଉଚ୍ଚତା 30 ଫୁଟ l ମୁଖ୍ୟ ମନ୍ଦିର ଟି ସୁନା ଛାଉଣୀ ହୋଇଛି lଏହି ମନ୍ଦିର ଖ୍ରୀଷ୍ଟପୂର୍ବ କାଳରୁ ଥିଲା l ସାତବlହାନ ରାଜା ସାତକର୍ଣ୍ଣି ଏହାକୁ ଖ୍ରୀ ଦ୍ଵିତୀୟ ଶତାବ୍ଦୀ ରେ ବିରାଟ ଆକାରରେ ନିର୍ମାଣ କରାଇ ଥିଲେ l ମନ୍ଦିର ବେଢାରେ ଏକ ଭବ୍ୟ ସହସ୍ର ଲିଙ୍ଗ ବିଦ୍ୟମାନ l ମନ୍ଦିର ରେ ବ୍ରହ୍ମୋତ୍ସବ ମହା ଶିବରାତ୍ରୀ ଅବସରରେ ପାଳିତ ହୁଏ l ଶିଵ ଠାକୁର ଙ୍କର ଆକାଶ ଲିଙ୍ଗ କେତେ ବ୍ୟାପକ ତାହାକୁ ଏଠାରେ ବ୍ରହ୍ମା ଓ ବିଷ୍ଣୁ ପରୀକ୍ଷା କରିଥିଲେ l ଶ୍ରୀ ଶୈଳମ ମଲ୍ଲିକାର୍ଜୁନ ଙ୍କ ଠାରେ ବରମାସରେ ତେର ପର୍ବ ମହାସମାରୋହରେ ପାଳିତ ହୁଏ lଜୟ ଭଗବାନ ଶ୍ରୀ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!