ଇସ୍ରାଏଲର ପାଲେଷ୍ଟାଇନ ଉପରେ ବର୍ବରତା ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ


ଗୁଣୁପୁର:(ଅକ୍ଷୟ):- ଆଜି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ବନ୍ଦ କୁ ନେଇ ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରାଯାଇଛି। ଇସ୍ରାଏଲ ଦୀର୍ଘ ଏକ ମାସ ଧରି ଗଜା ପଟି ଓ ପାଲେଷ୍ଟାଇନ ସାଧାରଣ ଜନତା ଙ୍କ ଉପରେ ଯେପରି ଭାବରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛି ତୁରନ୍ତ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବାକୁ ସିପିଆଇ (ଏମଏଲ) ଲିବରେସନ ଓ ଏଆଇସିସିଟିୟୁ (ଏକଟୁ) ପକ୍ଷରୁ ଦାବି କରିବା ସହ ଦୃଢ଼ ପ୍ରତିବାଦ କରାଯାଇଛି। ଏକ ମାସ ମଧ୍ୟରେ ୧୦୦୦୦ ଲୋକ ନିହତ ହୋଇଥିବାବେଳେ ୪୦୦୦ ରୁ ଉର୍ଦ୍ଧ୍ବ ଶିଶୁ ମୃତ୍ୟୁ ର ଶିକାର ହୋଇଛନ୍ତି। ଏପରିକି ଗଜା ରେ ରିଲିଫ ସାମଗ୍ରୀ ପହଞ୍ଚାଇବା ରେ ମଧ୍ୟ ବାଧା ସୃଷ୍ଟି କରୁଛି। ରାଜନୈତିକ ଆଲୋଚନା ମାଧ୍ୟମରେ ଏହି ସମୟ କୁ ସମାଧାନ କରିବାକୁ ହେବ ବୋଲି ସିପିଆଇ (ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ କହିଛନ୍ତି। ଅନ୍ୟ ପକ୍ଷରେ ବିଜୁଳି,ପାଣି ଲାଗି ସାଧାରଣ ଜନତା ହାଇରନ ହେଉଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଲୋକ ବିସ୍ଥାପନ ହୋଇ ପଡୋଶୀ ଦେଶକୁ ପଳାଇଛନ୍ତି,ଡାକ୍ତର ଖାନା ଉପରେ ଆକ୍ରମଣ ବଢୁଛି ଯାହା ଏକ ଅମାନବୀୟ ଘଟଣା କୁ ନିଦାଂ କରାଯାଇଛି। ଉକ୍ତ ପ୍ରତିବାଦ ସଭାରେ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନାସିମ ଶବର, ମିନ ଶବର, ଗଣେଶ ଶବର, ରାଇନା ଶବର, ଗାଗନା ଶବର, ନିରଞ୍ଜନ ଶବର, ସଞ୍ଜୟ ଶବର, ପିଙ୍କି ଶବର ପ୍ରମୁଖ ସହଯୋଗ କରିଥିଲେ ।


error: Content is protected !!