ଚଳ ଚଞ୍ଚଳ ଧବଳେଶ୍ୱର ପୀଠ


କଟକ:(ରଘୁନାଥ ପାତ୍ର):- ପବିତ୍ର କାର୍ତିକ ମାସରେ ପ୍ରତ୍ୟେକ ଶୈବ ପୀଠ ଗୁଡିକ ଚଳଚଞ୍ଚଳ ହୋଈପଡ଼ିଥିବା ବେଳେ l ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ତଥା କଟକ ଜିଲ୍ଲାର ବାବା ଧବଳେଶ୍ୱର ଙ୍କ ପୀଠ ଚାଳ ଚଞ୍ଚଳ ହୋଇପଡିଛି l ବାବା ଙ୍କ ବିଭୁ କୃପା ଲାଭ କରିବା ପାଇଁ ଏହି ପୀଠକୁ ଓଡିଶାର କୋଣ ଅନୁକୋଣରୁ ଅନେକ ଭକ୍ତ ଙ୍କ ଧାଇଁ ଆସିଥାନ୍ତି l ବାବା ଙ୍କ ପୀଠକୁ ଯାତାୟାତ ପାଇଁ ଏକ ମାତ୍ର ଝୁଲା ପୋଲ ଥିବା ବେଳେ ଗତ ବର୍ଷ ଏହି ପୋଲଟି ଦୁର୍ବଳ ହୋଇଯିବାରୁ ବାବା ଙ୍କ ସାଧାରଣ ଦର୍ଶନ ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇନଥିଲା l ଫଳରେ ଭକ୍ତ ମାନେ ମହାନଦୀର ପାର୍ଶ୍ଵରେ ଭର୍ଚୱାଲ ମାଧ୍ୟମରେ ବାବା ଙ୍କୁ ଦର୍ଶନ କରିଥିଲେ l କିନ୍ତୁ ଏହି ପୀଠକୁ ଯାତାୟାତ ପାଇଁ ଚଳିତ ବର୍ଷ ନୂତନ ପୋଲ ନିର୍ମାଣ ହୋଈଥିବାରୁ ଭକ୍ତ ମାନେ ସୁରୁଖୁରୁରେ ବାବାଙ୍କୁ ଦର୍ଶନ କରୁଛନ୍ତି l ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ପୂଜାକ ପ୍ରଶାସନ ଆଦି ସମସ୍ତେ ତତ୍ପର ହୋଈ ପଡିଛନ୍ତି।


error: Content is protected !!