ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଓହିଓ ସ୍ଥିତ ଘରେ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ତେବେ ଘଟଣା ସମୟରେ ଭାନ୍ସ ଓ ତାଙ୍କ ପରିବାର ଘରେ ଉପସ୍ଥିତ ନଥିଲେ। ଆକ୍ରମଣ ଫଳରେ ଘରର ଝରକା ଗୁଡ଼ିକ ଭାଙ୍ଗିଯାଇଥିବା ନେଇ ଜଣାପଡ଼ିଛି।ଆକ୍ରମଣକାରୀ ଜେ.ଡି. ଭାନ୍ସ କିମ୍ବା ତାଙ୍କ ପରିବାରକୁ ଟାର୍ଗେଟ କରୁଥିଲେ କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଥିବା ନେଇ କୁହା ଯାଉଛି।
ନୂଆ ବର୍ଷ ସମୟରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ପରେ ମଧ୍ୟ ଏପରି ଘଟଣା ଘଟିବା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। ତେବେ ଏହି ଘଟଣା ପରେ ଉପରାଷ୍ଟ୍ରପତିଙ୍କ ଘରେ ପୋଲିସ ଓ ଗୁଇନ୍ଦା କର୍ମଚାରୀ ମାନେ ଉପସ୍ଥିତ ଥିବା ରିପୋର୍ଟରୁ ଜଣାପଡିଛି।
ତେବେ ଗତ ସପ୍ତାହରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଓ କୌଣସି ବିପଦକୁ ଏଡ଼ାଇବା ପାଇଁ ଟ୍ରମ୍ପ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ମାର-ଆ-ଲାଗୋରେ ଭେନେଜୁଏଲାରେ ଆମେରିକା ଅଭିଯାନ ତଦାରଖ କରିବା ସମୟରେ ଭାନ୍ସ ଯୋଗ ଦେଇ ନଥିଲେ।
ବର୍ଦ୍ଧିତ ସୁରକ୍ଷା ଚିନ୍ତା ଯୋଗୁଁ ହ୍ୱାଇଟ୍ ହାଉସ୍ ଠାରୁ ଦୂରରେ ରହି ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ଏକାଠି ସମୟ ବିତାଇବା ଅବଧିକୁ ସୀମିତ କରିବାକୁ ଲକ୍ଷ୍ୟ ରଖିଥିବା ନେଇ ଭାନ୍ସଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |