ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର


ବୈପାରିଗୁଡ଼ା:(ଗୋମତି ପାଙ୍ଗି):-ବୈପାରିଗୁଡ଼ା ଗୁପ୍ତେଶ୍ୱର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାମଗିରି ପାଣ୍ଠି ଅଧିନସ୍ଥ ଗୁପ୍ତେଶ୍ୱର ରାସ୍ତା ସୁକୁନାର୍ ପାଖ ବ୍ରିଜ୍ ତଳେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଶରୀର ଉଦ୍ଧାର କରିଛି ବୈପାରିଗୁଡ଼ା ପୋଲିସ। ମହିଳାଙ୍କୁ ଗଳାକାଟି ହତ୍ୟା କରି ଘଟଣସ୍ଥଳରେ ଛାଡ଼ି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ନାମ ଭାଗ୍ୟ ବିଶୋଇ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ଭାଗ୍ୟ ବିଶୋଇ ମାଲକାନଗିରି ଜିଲ୍ଲା ନିବାସୀ ଭାସ୍କର ରାଓଙ୍କୁ ବିବାହ କରିଥିଲେ। ତେବେ ମହିଳା ଜଣକ ବୈପାରିଗୁଡ଼ା ଅଞ୍ଚଳରେ କାହିଁକି ଆସିଥିଲେ କିଏ ଓ କଣ ପାଇଁ ବୈପାରିଗୁଡ଼ା ଗୁପ୍ତେଶ୍ବର ରାସ୍ତାର ଶୁକନାର ବ୍ରିଜ ପାଖ ପୋଲ ତଳେ ହତ୍ଯା କରିଛି ତାହା ନେଇ ଖଲ୍ ତାଡ଼ ଆରମ୍ଭ କରିଛି ପୋଲିସ। ତେବେ ବୁଧବାର ସଂନ୍ଧ୍ଯା ସମୟରେ ଘଟଣାଟି ଲୋକଲୋଚନକୁ ଆସିଥିବା ବେଳେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ଓ ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକକା ସନ୍ଧ୍ୟା ସମୟରେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ରାତ୍ରି ସମୟ ଥିବାରୁ ମହିଳାଙ୍କ ପରିଚୟ ମିଳିପାରିନଥିଲା। ଗୁରୁବାର ଦିନ ସକାଳେ ସାଇଣ୍ଟିଫିକ ଟିମ , ସନ୍ଧାନୀ କୁକୁର , ଜୟପୁର ଏସଡିପିଓ , ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ , ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକକା ସମେତ ପୋଲିସ୍ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ପହଞ୍ଚି ଟିମ୍ ର ତଦନ୍ତ ବେଳେ ମହିଳାଙ୍କ ଠାରୁ ଏକ ରାମ,ଲକ୍ଷ୍ମଣ ଓ ସିତା ଥିବା ତମ୍ବା କଏନ୍ ପଇସା ଜବତ କରିଥିବାର ଜଣା ପଡ଼ିଛି । ତେବେ ତମ୍ବା କଏନ ପଇସା ଲିପ୍ତରେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶବକୁ ଜବତ୍ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି। ତେବେ ମାଲକାନଗିରି ଜିଲ୍ଲାରୁ ମହିଳା ଜଣକ କାହିଁକି ଆସିଥିଲେ ନା ତାଙ୍କୁ କିଏ ଡାକିଥିଲା ତାହା ନେଇ ଏ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ମହିଳାଙ୍କ ହତ୍ଯା କରାଯାଇଥିବା ଘଟଣା ତଦନ୍ତ ପରେ ଜଣା ପଡ଼ିବ ବୋଲି ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ପ୍ରକାଶ କରିଛନ୍ତି।


error: Content is protected !!