କୃଷକ ମାନଙ୍କର ବେଦାନ୍ତ କମ୍ପାନୀକୁ ଦିଆଯାଇଥିବା ଜମିକୁ ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ମୁତାବକ ଅତିଶୀଘ୍ର ଫେରସ୍ତ କରାଯାଉ


ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଚିନ୍ତକୋଇଲି ବ୍ଲକ ର ବ୍ରହ୍ମକ୍ଷେତ୍ର ଜିଗ୍ନୀପୁର ଠାରେ ଥିବା ଜଗନ୍ନାଥ ମନ୍ଦିର ସାମ୍ନା ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ପ୍ରଦୀପ ପ୍ରଜ୍ବଳନ କରି ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା ପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ଓ କୃଷକ ମାନଙ୍କର ବେଦାନ୍ତ କମ୍ପାନୀ କୁ ଦିଆଯାଇଥିବା ଜମିକୁ ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ମୁତାବକ ଅତିଶୀଘ୍ର ଫେରସ୍ତ କରାଯାଉ l ଭକ୍ତ ମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ର ଚାରି ଦ୍ୱାର ଖୋଲାଯାଉ l ରତ୍ନ ଭଣ୍ଡାର ଖୋଲା ଯାଇ ଗଣତି ଓ ମରାମତି କରାଯାଉ l ଜଗନ୍ନାଥଙ୍କ ନାମ ନେଇ ଓଡ଼ିଶା ବାସୀ ଙ୍କୁ ଭୁଆଁ ବୁଲେଇବା ବନ୍ଦ କରାଯାଉ ଏହି ପ୍ରତିବାଦରେ ସଂକୀର୍ତନ ସତ୍ୟାଗ୍ରହ ଆୟୋଜନ କରାଯାଇଥିଲା ଏହି ଅବସରରେ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟିର ସଦସ୍ୟ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୟ ରେ ମାହାଙ୍ଗା ବ୍ଲକ କଂଗ୍ରେସ କମିଟିର ସଭାପତି ଅଲେଖ ପ୍ରସାଦ ସ୍ୱାଇଁ ନିଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟିର ସଭାପତି ରମାକାନ୍ତ ବେହେରାଙ୍କ ସହଯୋଗ ରେ ମାହାଙ୍ଗାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ସତ୍ୟାଗ୍ରହ ରେ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରୁ ଆଇନିଜୀବି ପାଦୀପ୍ତ ଭୂୟାଁ, ଆଇନୀଜୀବୀ ଭାସ୍କର ବେହେରା,କଟକ ଜିଲ୍ଲା କଂଗ୍ରେସ କମିଟି ର ସମ୍ପାଦକ ସରୋଜ ପରିଡା, ଆଇନୀଜୀବୀ ଚିତ୍ତରଞ୍ଜନ ରାଉତରାୟ,ସମାଜ ସେବୀ ଶାରଦା ପ୍ରସନ ଆଚାଯ୍ୟ, ଯୁବନେତା ଉତ୍ତମ କୁମାର ବେହେରା, ଦେବେନ୍ଦ୍ର ପରିଡା, ଚୈତନ୍ୟ ଚରଣ ପାଣି, ଉତ୍ସବ ପରିଡା,ବସନ୍ତ ମହାରଣା, ଅକ୍ଷୟ ସାହୁ,ଅଜୟ ରାଉତ,ସେକ ବାଦଲ, ହରିହର ବରାଳ, ସୋମନାଥ ଜେନା,ସଚିନ୍ଦ୍ର ବାରିକ, ନୁର ଆଲାମ ଖାନ, ସାଉଁଟି ରାଉତ, ବ୍ରଜକିଶୋର ଲେଙ୍କା,କାର୍ତିକ ଲେଙ୍କା, ଗଗନ ବିହାରୀ ଲେଙ୍କା, ରବୀନ୍ଦ୍ର ଦଳାଇ, ବିଜୟ ଦଳାଇ, କାଁହୁ ଚରଣ ରାଉତ, ରବୀନ୍ଦ୍ର ମହାପାତ୍ର, ବରଦା ମିଶ୍ର,କବି ପ୍ରଫୁଲ୍ଲ ସିଂହ, ସୁକାନ୍ତ କୁମାର ସାହୁ, ସରୋଜ ସାହୁ,ମଙ୍ଗୁ ପଣ୍ଡା, ରାମଚନ୍ଦ୍ର ମଲ୍ଲିକ,ବିଷ୍ଣୁ ପ୍ରସାଦ ରାଉତ,ଜଗବନ୍ଧୁ ଦାସ, ଶରତ ମହାନ୍ତି, ସୁମନ୍ତ ମଲ୍ଲିକ, ସୋମନାଥ ଜେନା, ଦିଲୀପ ପ୍ରଧାନ, ସମୀର ସାହୁ,ସୁଧାଂଶୁ ଶେଖର ରାଉତ, ଜୋସନା ରାଣୀ ରାଉତ, ମାନସୀ ମଲ୍ଲିକ, ମଞ୍ଜୁଲତା ଦାସ,ପ୍ରଶାନ୍ତ ସାହୁ ପ୍ରମୁଖ ସତ୍ୟାଗ୍ରହରେ ଯୋଗଦେଇଥିଲେ।


error: Content is protected !!