୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ ହେବେ


୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ ହେବେ । ଓଡ଼ିଶାକୁ ପ୍ରଥମଥର ପାଇଁ ଜଣେ ମହିଳା ଡିଜିପି ମିଳିବେ । କେନ୍ଦ୍ର ସରକାର ବି.ରାଧିକାଙ୍କ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ଏହି ସମ୍ଭାବନା ଜୋର୍ ଧରିଛି । ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ରେ ଶେଷ ହେଉଛି ।ସୂଚନା ଅନୁସାରେ, ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରାଇ ଦେଇଛନ୍ତି । ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ରାଧିକା କାର୍ଯ୍ୟ କରୁଥିଲେ । ୨୦୧୮ ଅକ୍ଟୋବରରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ରାଧିକା ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସରକାରୀ ଚାକିରିରୁ ୨୦୨୪ ଜୁଲାଇରେ ଅବସର ନେବେ । ଅବସର ନେବାକୁ ଆଉ ମାତ୍ର ୮ମାସ ଥିବାବେଳେ ତାଙ୍କୁ ନିଜ କ୍ୟାଡ଼ରକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ଦେବାର ସମ୍ଭାବନା ରହିଛି । ଓଡ଼ିଶା ପୁଲିସ ଇତିହାସରେ ଏପର୍ଯ୍ୟନ୍ତ ୩୫ଜଣ ଡିଜିପି କାର୍ଯ୍ୟ କରିଥିଲେ ମଧ୍ୟ ଏଥିରେ କେହିବି ମହିଳା ନାହାନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମହିଳା କାର୍ଡ


error: Content is protected !!