ଲଲିତଗିରି ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ ଯେନା ଜିତିଲେ ସ୍ୱର୍ଣ୍ଣ ପଦକ


କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଲଳିତଗିରି ପଞ୍ଚାୟତର ଛାତ୍ରୀ ଦମୟନ୍ତୀ ଯେନା ଗୌରବ ଆଣିଛନ୍ତି ସାରା ରାଜ୍ୟପାଇଁ।ଦମୟନ୍ତୀ ବାଳିକା ବିଭାଗରେ ୪୦୦ ମିଟର ଦୌଡରେ ଭାଗନେଇଥିଲେ।ସେ ରାଜ୍ୟରେ ପ୍ରଥମ ସ୍ଥାନ ଆଣିଛନ୍ତି।ଦମୟନ୍ତୀ ବାପା ପ୍ରସାନ୍ତ ଯେନା ଜଣେ ଅତ୍ୟନ୍ତ ଗରିବ ଦିନମଜୁରିଆ ଭାବେ କାମ କରନ୍ତି।ଦମୟନ୍ତୀ ପାଠ ପଢିବା ସହିତ ଖେଳର ମଧ୍ୟ ଧ୍ୟ୍ୟାନ ଦେଉଥିଲେ।ଲଳିତଗିରି ବିଦ୍ୟାଳୟରେ ଖେଳ ପଡିଆ ଠିକ୍ ନଥିବା କାରଣରୁ ଅନ୍ୟ ପଡିଆରେ ଦୌଡ ଅଭ୍ୟାସ କରୁଥିଲେ।ସଠିକ୍ ଭାବରେ ଅଭ୍ୟାସ କରିପାରୁନଥିଲେ ଦମୟନ୍ତୀ।ଏହାର ମୁଖ୍ୟ କାରଣ ଲଳିତଗିରି ବିଦ୍ୟାଳୟରେ ଥିବା ଖେଳ ପଡିଆଟିକୁ ଦୁଇଥର ଚାଷ କରିଦିଆଯାଇଥିଲା।ଚଲିତ ବର୍ଷ ଲଳିତଗିରି ବିଦ୍ୟାଳୟର ଦୁଇଛାତ୍ରୀ ଗାୟତ୍ରୀ ଖୁଣ୍ଟିଆ ରାଜ୍ୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଥିବା ବେଳେ ଏବେ ଦମୟନ୍ତୀ ଯେନା ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣପଦକ ଜିତିବା ଲଳିତଗିରି ବିଦ୍ୟାଳୟ ସହିତ କଟକ ଜିଲ୍ଲା ତଥା ମାହାଙ୍ଗା ଅଞ୍ଚଳପାଇଁ ଗୌରବ ଆଣିଛନ୍ତି।ଏହି ଖବର ପ୍ରଚାର ହେବାପରେ ମାହାଙ୍ଗା ତଥା କଟକ ଜିଲ୍ଲାର କ୍ରିଡାବିତ୍ ,ସମାଜସେବୀ,ରାଜନେତାଙ୍କ ସହିତ ଅଞ୍ଚଳବାସୀ ସୁଭେଚ୍ଛାର ସୁଅ ଛୁଟାଇଛନ୍ତି ଦମୟନ୍ତୀଙ୍କୁ।ଲଳିତଗିରି ବିଦ୍ୟାଳୟର ଖେଳପଡିଆଟିକୁ ଠିକ୍ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ତାଲିମ୍ ଦେବାକୁ ଟୁଇନ୍ ସିଟିର ଜୁବ ସମ୍ବାଦିକ ପ୍ରଦିପ୍ତ ମହାରଣା।ମାହାଙ୍ଗା ସାମ୍ବାଦିକ ସଂଙ୍ଘର ସଭାପତି ଦିପକ ସାହୁ।ଆମ ମାହାଙ୍ଗାର ଅଦକ୍ଷ ଅମରେନ୍ଦ୍ର ମହାନ୍ତି।ଜୁବ ଆଇନ୍ ଜିବି ଆଲୋକ ଜେନା,ଲଳିତଗିରି ପଞ୍ଚାୟତ ସମିତିସଭ୍ୟ ଧୃବଚରଣ ସାମଲ,ପ୍ରକ୍ତନ ସମିତି ସଭ୍ୟ ରୁଦ୍ର ନାରାୟଣ ସିଂହ,ଲଳିତଗିରି ପଞ୍ଚାୟତର ସରପଞ୍ଚ ବଳରାମ ବେହେରା ପ୍ରମୁଖ ଅନୁରୋଧ କରିଛନ୍ତି।


error: Content is protected !!