ନବମ ଜ୍ୟୋତିର୍ଲିଙ୍ଗ


ଶ୍ରୀ ବୈଦ୍ୟନାଥ ମହାପ୍ରଭୁଦେଓ ଘରଝାଡଖଣ୍ଡ ଶ୍ରୀ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ଙ୍କର ବର୍ଣ୍ଣନା ତ୍ରେତୟା ଯୁଗ ରାମାୟଣ କାଳରୁ ରହିଛି l ଏଠାରେ ଦଶାନନ ରାବଣ ଘୋର ତପସ୍ୟା କରି ନିଜ ମୁଣ୍ଡ ଗୋଟି ଗୋଟି କରି କାଟି ଯଜ୍ଞକୁଣ୍ଡରେ ନିକ୍ଷେପ କରିଥିଲା l ବୈଦ୍ୟନାଥଙ୍କ ପ୍ରସାଦରୁ ତା’ର ମୃତ୍ୟୁ ହେଲା ନାହିଁ ଓ କ୍ଷତ ଗୁଡିକ ତତକ୍ଷଣାତ ଆରୋଗ୍ୟ ହେଲା lଏହି ମନ୍ଦିର ବେଢାରେ ମୁଖ୍ୟ ବାବା ବୈଦ୍ୟନାଥଙ୍କ ମନ୍ଦିର ସହିତ ଅନ୍ୟାନ୍ୟ 21 ଟି ମନ୍ଦିର ରହିଛି l ଏହି ତୀର୍ଥ କ୍ଷେତ୍ର ବାବାଧାମ ନାମରେ ମଧ୍ୟ ବିଖ୍ୟାତ l ଶ୍ରାବଣ ମାସର ପ୍ରତି ସୋମବାର ଏଠାରେ ଗଙ୍ଗା ନଦୀରୁ ଜଳ ଆଣି କାଉଡିଆ ଭକ୍ତ ମାନେ ଜଳାଭିଷେକ କରିଥାନ୍ତି l ଏହି ଧାମର ପ୍ରାଚୀନ ନାମ ଚିତା ଭୂମି l ଏହାର ଅର୍ଥ ଶ୍ମଶାନ l ବାବା ବୈଦ୍ୟନାଥଙ୍କୁ ପାଣ୍ଡଵମାନେ ପୂଜା କରିଥିଲେ l ଆଦି ଶଙ୍କରାଚାର୍ଯ୍ୟ ମଧ୍ୟ ଏଠାକୁ ଆସି ବାବାଙ୍କର ସ୍ତୁତି ଗାନ କରିଛନ୍ତି lବାଉନଟି ଶକ୍ତି ପୀଠ ମଧ୍ୟରୁ ଦେବୀ ଜୟଦୁର୍ଗାଙ୍କ ପୀଠ ଏହି ମନ୍ଦିର ପରିସରରେ ରହିଛି l ସେ ହୈମବନ୍ତୀ ଭୈରବୀ ଓ ବାବା ବୈଦ୍ୟନାଥ ସ୍ୱୟଂ ଭୈରବ l ବର୍ତ୍ତମାନର ମନ୍ଦିରଟିକୁ ରାଜା ବୀର ବିକ୍ରମ ସିଂହ ଖ୍ରୀ 1266 ରେ ନିର୍ମାଣ କରିଛନ୍ତି lଜୟ ଶ୍ରୀ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!