ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ । ଜାତୀୟ ଯୁବ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପଦଯାତ୍ରା ବେଳେ ଘଟିଛି ଏଭଳି ଘଟଣା । ଜଣେ ଯୁବକ ନିଜ ଅଭିଯୋଗପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ଯାଇ ସୁରକ୍ଷା ବଳୟ ପାର କରିଥିଲେ ।ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଯୁବକଙ୍କୁ ଆୟତ କରିଛି। ଯୁବକ ଙ୍କ ପରିଚୟ ମିଳିପାରି ନାହିଁ। କାହିଁକି ଏଭଳି ସେ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍