ନୂଆ ଦଳ ଗଠନ ପୂର୍ବରୁ ମହମ୍ମଦ ମୋକିମଙ୍କ ଯୁବ ସମାବେଶ । ମୋକିମ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଯୁବ ସମାବେଶ । ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ମୋକିମ୍। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଛନ୍ତି ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠୀର ଆବଶ୍ୟକତା ରହିଛି ।କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ତାଙ୍କ ବାପାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ସୋଫିଆ କହିଛନ୍ତି, ରାଜନୀତିରେ ପାଦ ଦେବା ଆଗରୁ ମୋକିମ କଟକବାସୀଙ୍କ ସେବା କରୁଥିଲେ । ଦେଶ ଗଢିବା ପାଇଁ ଆମ ସମସ୍ତ ଏକ ହେବାକୁ ପଡିବ। ବାପା ଗୋଟିଏ ପ୍ରସଙ୍ଗ ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ ବୋଲି ସୋଫିଆ କହିଛନ୍ତି । ଭୟ ନକରି ଏହି ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ସୋଫିଆ ଅନୁରୋଧ କରିଛନ୍ତି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍