January 25, 2026

Now Odisha

Now Odisha

ପାଟକୁରାବାସୀଙ୍କ ନିଷ୍ପତି ଆମର ନିଷ୍ପତି’.

Spread the love

ପାଟକୁରା ନିର୍ବାଚନ ମଣ୍ଡଳୀ ଅଧୀନ ଡେରାବିଶ ବ୍ଲକ୍ ଚାଟରାଚକଡ଼ ପଞ୍ଚାୟତ ଅନ୍ତର୍ଗତ ଛତା ଠାରେ ଆଜି ଡେରାବିଶ ବ୍ଲକ୍ ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ହଳଧର ଦାଶ, ମହେନ୍ଦ୍ର ସିଂ, ନରସିଂହପୁର ସରପଞ୍ଚ ସୁଧିର ଖଟୁଆ ଓ ସମିତିସଭ୍ୟ ଅନନ୍ତ ପ୍ରସାଦ ଜେନା, ଚାନ୍ଦୋଳ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ, ସମିତିସଭ୍ୟା ମଞ୍ଜୁଲତା ମିଶ୍ର, ଚାଟରାଚକଡ଼ା ସମିତିସଭ୍ୟ ନିରଞ୍ଜନ କର, ଗୋଲରାହାଟ ସରପଞ୍ଚ କାଶିନାଥ କାଣ୍ଡି, ଲକ୍ଷ୍ମୀନାରାୟପୁର ସରପଞ୍ଚ ଅରକ୍ଷିତ କାଣ୍ଡି, ସମିତିସଭ୍ୟ ଫନିନ୍ଦ୍ର କୁମାର ବେହେରା, ରତାଦିଆଖଣ୍ଡସାହି ସରପଞ୍ଚ ଶିଶିର ସାମଲ, କୁରୁଜଙ୍ଗା ସରପଞ୍ଚ ମାନସୀ ସାମଲ, ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ, ଯଅଁରାବାରିମୂଳ ସରପଞ୍ଚ ଶଙ୍କର୍ଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଉପରେ ଦଳୀୟ ସୁପ୍ରିମେ ନବୀନ ପଟ୍ଟନାୟକ ଲଗାଇଥିବା ନିଲମ୍ବନ ଆଦେଶକୁ ପୁର୍ନବିଚାର କରିବା ପାଇଁ ଅନୁରୋଧ କରିଥିଲେ।

ସେମାନଙ୍କ ମତରେ ଗତ ନିର୍ବାଚନରେ ଦଳୀୟ ସୁପ୍ରିମୋ ପଟ୍ଟନାୟକ ପାଟକୁରାରେ ଅରବିନ୍ଦ ମହାପାତ୍ରଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେଇଥିଲେ। ଯେଉଁଥି ପାଇଁ ସମଗ୍ର ଡେରାବିଶ ବ୍ଲକ୍ ଅଞ୍ଚଳର ବିଜେଡି ଦଳର କର୍ମୀମାନେ ଅରବିନ୍ଦଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀର ନେତା ଭାବେ ମାନିନେଇ ନିର୍ବାଚନରେ ଜିତାଇ ନବୀନଙ୍କ ହାତମୁଠାକୁ ଟାଣ କରିଥିଲେ।

ହେଲେ ହଠାତ୍ ଶ୍ରୀ ମହାପାତ୍ରଙ୍କୁ ନିଲମ୍ବନ କରିବା ଘଟଣା ସେମାନଙ୍କୁ ବ୍ୟଥିତ କରିଛି । ସେମାନଙ୍କ କହିବା କଥା ଯଦି ଶ୍ରୀ ମହାପାତ୍ର କୌଣସି ଭୁଲ୍ କିମ୍ବା ଦଳବିରୋଧି କାର୍ଯ୍ୟ କରିଥିଲେ ତେବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇପାରିଥାନ୍ତା । ଏବେ ହଠାତ୍ ଶ୍ରୀ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିବା ଫଳରେ ପାଟକୁରା ଏବେ ମୁରବିଶୂନ୍ୟ ହୋଇଯାଇଥିବା ପ୍ରକାଶ କରିଥିଲେ। ଏଥିସହିତ ଶ୍ରୀ ଖଟୁଆ ଓ ଶ୍ରୀ ସିଂ ପାଟକୁରା ନିର୍ବାଚନ ମଣ୍ଡଳୀରେ କିଛି କୁଚକ୍ରୀ ଗୋଷ୍ଠୀ ଶ୍ରୀ ମହାପାତ୍ରଙ୍କୁ ଗତ ନିର୍ବାଚନରେ ହରାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ଉଦ୍ୟମରେ ସେମାନେ ସଫଳ ହୋଇନପାରିବାରୁ ଏବେ ଶ୍ରୀ ମହାପାତ୍ରଙ୍କ ବିରୋଧରେ ବିଶୋଦ୍‌ଗାର କରୁଛନ୍ତି । ଯୁବ ବିଧାୟକ ଶ୍ରୀ ମହାପାତ୍ର ଗତ ୨୦୨୪ ମସିହା ପରେ ଦଳୀୟ ନେତୃମଣ୍ଡଳୀଙ୍କ ନିଷ୍ପତି ଅନୁଯାୟୀ ଦଳର ପ୍ରତିଷ୍ଠା ଦିବସ ହେଉ, ପଦଯାତ୍ରା ହେଉ କିମ୍ବା ଆନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକ୍ରମକୁ ସଠିକ୍ ଭାବେ ପରିଚାଳନା କରି ଆସୁଥିଲେ । ସେ କୌଣସି ଦଳବିରେଧି କାର୍ଯ୍ୟ କରିନାହାଁନ୍ତି । ତେଣୁ ଦଳୀୟ ସୁପ୍ରିମୋ ତାଙ୍କ ନିଷ୍ପତିର ପୁର୍ନବିଚାର କରିବା ପାଇଁ ଦାବି କରିଛନ୍ତି । ଏଥିସହିତ ଡେରାବିଶ ବ୍ଲକ୍ ବିଜେଡିର କର୍ମୀମାନଙ୍କର ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ଦଳୀୟ ସୁପ୍ରିମୋଙ୍କ ନିକଟକୁ ପଠାଇବେ ଏବଂ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପ୍ରତିନିଧି ମାନେ ଦଳୀୟ ସୁପ୍ରିମୋଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି ।

error: Content is protected !!