ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁ ଜଣକ ହେଲେ, ସୟାଁ କେନାଲ ପଡାର ଡାକ୍ତର ବରିହାଙ୍କ ପୁଅ ଅଜିତ ବରିହା (୨) ।ଘରର ଅନତିଦୂରରେ କେନାଲ ରହିଥିବା ବେଳ ସେ କୌଣସି କ୍ରମେ କେନାଲକୁ ଯାଇ ସେଠାରେ ଭାସି ଯାଇଥିବା ଅନୁମାନ କରାଯାଉଛି ।ଦିନ ପ୍ରାୟ ୨ଟାରେ କେନାଲରୁ ଶିଶୁପୁତ୍ରକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଲାଇଛି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍