January 25, 2026

Now Odisha

Now Odisha

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

Spread the love

ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁ ଜଣକ ହେଲେ, ସୟାଁ କେନାଲ ପଡାର ଡାକ୍ତର ବରିହାଙ୍କ ପୁଅ ଅଜିତ ବରିହା (୨) ।ଘରର ଅନତିଦୂରରେ କେନାଲ ରହିଥିବା ବେଳ ସେ କୌଣସି କ୍ରମେ କେନାଲକୁ ଯାଇ ସେଠାରେ ଭାସି ଯାଇଥିବା ଅନୁମାନ କରାଯାଉଛି ।ଦିନ ପ୍ରାୟ ୨ଟାରେ କେନାଲରୁ ଶିଶୁପୁତ୍ରକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଲାଇଛି ।

error: Content is protected !!