January 25, 2026

Now Odisha

Now Odisha

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

Spread the love

ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ଅଟୋ ଘାଟିରୁ ୧୦ଫୁଟ ତଳକୁ ଖସି ଚୁରମାର ହୋଇଯାଇଛି । ୧୨ ସ୍କୁଲ ଛାତ୍ରୀଛାତ୍ର ଆହତ ହୋଇଥିବା ସୂଚନା ରହିଛି ।ସୂଚନା ପ୍ରକାରେ ସୋମବାର ଦିନ ସ୍କୁଲ ୧୨ ଜଣ ଛାତ୍ରୀଛାତ୍ର ଅଟୋରେ ଆସୁଥିଲେତେବେ ଆହତ ପରେ ସମସ୍ତଙ୍କୁ ୧୦୮ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋବିନ୍ଦପୁର ସନ୍ତୋଷ ନାୟକ ଏକ ଘରୋଇ ବସ ଦ୍ୱାରା ୭ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।।

error: Content is protected !!