ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ଅଟୋ ଘାଟିରୁ ୧୦ଫୁଟ ତଳକୁ ଖସି ଚୁରମାର ହୋଇଯାଇଛି । ୧୨ ସ୍କୁଲ ଛାତ୍ରୀଛାତ୍ର ଆହତ ହୋଇଥିବା ସୂଚନା ରହିଛି ।ସୂଚନା ପ୍ରକାରେ ସୋମବାର ଦିନ ସ୍କୁଲ ୧୨ ଜଣ ଛାତ୍ରୀଛାତ୍ର ଅଟୋରେ ଆସୁଥିଲେତେବେ ଆହତ ପରେ ସମସ୍ତଙ୍କୁ ୧୦୮ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋବିନ୍ଦପୁର ସନ୍ତୋଷ ନାୟକ ଏକ ଘରୋଇ ବସ ଦ୍ୱାରା ୭ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ମୋହନା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍