January 25, 2026

Now Odisha

Now Odisha

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା।

Spread the love

ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ ରୋହିତ ଭୋଇ ନିଜ ବାସ ଭବନରୁ ଗାଁ ପ୍ରଶାସନରେ ଯୋଗ ଦେବାପାଇଁ ବାହାରୁ ଥିଲାବେଳେ କିଛି ଲୋକ ତାଙ୍କୁ ଘେରି ଯାଇ ମାଡ ମାରିଥିଲେ । ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।ସୂଚନା ମୁତାବକ, ନୂଆପଡା ସଦର ବ୍ଲକ୍ ଭଇଁସାତାଲ ପଞ୍ଚାୟତରେ ନୂତନ ପଞ୍ଚାୟତ କୋଠା ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଥିଲା।

ତେବେ ଗତ ଦୁଇ ଦିନ ତଳେ କୋଠା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନେଇ ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣିଥିଲେ। ତଥାପି କାହିଁକି କାମ ଚାଲିଛି ବୋଲି ସୋମବାର ଭଇଁସାତାଲର କିଛି ଲୋକ ବିଡିଓଙ୍କ ନିକଟକୁ ଆସି ବିଡିଓଙ୍କ ସହ ଆଲୋଚନା କରିଥିଲେ । ସେହି ସମୟରେ ହଠାତ୍ ବିଡିଓଙ୍କୁ କିଛି ଲୋକ ଚାପୁଡା ମାରି ଚାଲି ଯାଇଥିଲେ ।

ଏପରିକି ବିଡିଓଙ୍କ ଗାଡ଼ି ଚାଳକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଖବର ପାଇ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ମଧ୍ୟ ସଦର ବ୍ଲକ୍ କାର୍ଯ୍ୟାଳୟକୁ ପହଞ୍ଚି ଘଟଣା ବିଷୟରେ ପଚାରିଲିଥିଲେ। ପରେ ଘଟଣା ଉଗ୍ର ରୂପ ଧାରଣ କରି ବ୍ଲକର ସମସ୍ତ ସରପଞ୍ଚ ଓ ଅଧିକାରୀ, କର୍ମଚାରୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଧାରଣାରେ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ଜିଲ୍ଲା ପରିଷଦ, ସରକାରୀ କର୍ମଚାରୀ ସାମିଲ ଅଛନ୍ତି । ଏନେଇ ସଦର ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

error: Content is protected !!