୩୦ବର୍ଷ ହେଲା ବାଉଁଶ ବୁଦା ମୂଳେ ଅଙ୍ଗନବାଡି


କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଆମ୍ବୋ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଟି ଏକ ବାଉଁଶ ବୁଦା ମୂଳେ ଚାଲୁଥିବା ଦେଖିବାକୁ ମିଳିଛି । ଏହା ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ୩୦ବର୍ଷ ହେଲା ଚାଲିଛି। ଗାଁ ରେ ୪୦୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ୪୨ଜଣ କୁନି କୁନି ଛୁଆ ଅଙ୍ଗନବାଡି ଆସୁଛନ୍ତି। କିନ୍ତୁ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନ ଥିବାରୁ ଅଙ୍ଗନବାଡି କେନ୍ଦ୍ର ଟି ହେଲପରଙ୍କ ବାଡ଼ିରେ ଥିବା ବାଉଁଶ ବୁଦା ମୂଳେ ଚାଲି ଆସୁଛି। ଛୁଆ ମାନେ ବାଧ୍ୟ ହୋଇ ସେହି ବାଉଁଶ ବୁଦା ମୂଳେ ବସି ନିଜର ଭବିଷ୍ୟତ ଗଢୁଛନ୍ତି। ସେହି ବାଉଁଶ ବୁଦାମୁଳେ ଶିକ୍ଷାଲାଭ କରିବା ସହିତ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ଅଧିକ ଖରା କି ବର୍ଷା ହେଲେ ବାଧ୍ୟ ହୋଇ ଛୁଟି କରାଯାଉଛି। ଯାହାକୁ ନେଇ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ ମହିଳା ଓ ଶିଶୁ ବିକାଶ ଯୋଜନାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖା ଦେଇଛି। ଏହି ବ୍ଳକ ରେ ଅଙ୍ଗନବାଡି ନଥିବା ସ୍ଥାନରେ ଅଙ୍ଗନବାଡି ଘର ନିର୍ମାଣ ହୋଇଥିବା ବେଳେ ଅଙ୍ଗନବାଡି ଥିବା ସ୍ଥଳରେ ଅଙ୍ଗନବାଡି ଘର ନିର୍ମାଣ ହେଉନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


error: Content is protected !!