ସନ୍ଥ ମିଲାରେପା ଓ କୈଳାଶ ପର୍ବତ


ବଜ୍ରଯାନ ବୌଦ୍ଧସନ୍ଥ –କୈଳାଶ ପର୍ବତ ଆରୋହଣ କରିଥିବା ଏକମାତ୍ର ମନୁଷ୍ୟ କୈଳାଶ ପର୍ବତ ଭଗବାନ ଶିଵ ଙ୍କର ନିତ୍ୟ ନିବାସ ସ୍ଥଳୀ l ଏହି ଆଧ୍ୟାତ୍ମିକ ପର୍ବତ କୁ ତିବ୍ବତୀୟ ମାନେ ଧର୍ମସ୍ଥଳ ବୋଲି କହିଥାନ୍ତି l ଜୈନ ମାନେ ଏହାକୁ ଆଦୀନାଥ ଙ୍କର ମୋକ୍ଷ ସ୍ଥାନ, ବୌଦ୍ଧ ମାନେ ନିର୍ବାଣ ଆଶ୍ରମ, ଓ ସ୍ଥାନୀୟ ବୋନି ମାନେ ସ୍ୱର୍ଗ ବୋଲି କହିଥାନ୍ତି l ଏହି ସମସ୍ତ ଧର୍ମ ର ଶାସ୍ତ୍ର ଗୁଡିକରେ କୈଳାଶ ଧାମ ର ବର୍ଣ୍ଣନା ରହିଛି lଚିତ୍ର ଗୁଡିକ ଭଲ ଭାବରେ ଦେଖନ୍ତୁ l ସକାଳ ସୂର୍ଯ୍ୟ କିରଣ ରେ କୈଳାଶ ପର୍ବତ ର ସ୍ୱର୍ଣ୍ଣିମ ଆଭା, ବରଫ ତରଳିଲେ ଓଁ ଆକାରର ଚିହ୍ନ ଦୃଶ୍ୟମାନ, ଆଂଶିକ ବରଫ ବେଳେ ଆନ୍ତରିକ୍ଷ ଫଟୋ ରୁ ଓଁ ଚିହ୍ନ, କୈଳାଶ ପର୍ବତ ପାଦଦେଶରେ ଥିବା ବୌଦ୍ଧ ମନ୍ଦିର ମାଳା ପ୍ରଭୃତି ଅତ୍ୟନ୍ତ ଦର୍ଶନୀୟ lହିନ୍ଦୁ ମାନେ ଏହି ତୀର୍ଥ କୁ ଜୀବନ ର ଏକ ଅଭିଳାଷ ହିସାବରେ ଦେଖିଥାନ୍ତି lବୌଦ୍ଧ ସନ୍ଥ ମିଲlରେପା ଖ୍ରୀ 1093 ରେ ଏକମାତ୍ର ମନୁଷ୍ୟ ହିସାବରେ କୈଳାଶ ପର୍ବତ ଆରୋହଣ କରିଛନ୍ତି l କୈଳାଶ ପର୍ବତ ର ଉଚ୍ଚତା 6638 ମିଟର l ଏଠାରେ ଚୁମ୍ବକୀୟ କ୍ଷେତ୍ର ଓ ଦିଗ ନିର୍ଣ୍ଣୟ ପ୍ରଣାଳୀ ଠିକ କାମ କରେନାହିଁ l ତୀଖ ପିରାମିଡ଼ ଆକୃତିର ଗଠନ ଏହାକୁ ମାନବ ପକ୍ଷେ ଦୁର୍ଗମ କରିଛି lଜୟ ଶ୍ରୀ କୈଳାଶ ପତି ଶିଵ ଶମ୍ଭୁ lଜୟ ସନ୍ଥ ମିଲାରେପା lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l🙏🙏


error: Content is protected !!