ଆଜିର କ୍ରିକେଟ ମହାସମର ଦିନିକିଆ ବିଶ୍ଵକପ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଶୁଭକାମନା ବାର୍ତ୍ତା


ଆଜିର କ୍ରିକେଟ ମହାସମର ଦିନିକିଆ ବିଶ୍ଵକପ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଶୁଭକାମନା ବାର୍ତ୍ତା।ଦୀଘ୍ର 20 ବର୍ଷ ପରେ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ,ଦୁଇଟି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି।2003ମସିହା କୁ ମନେପକେଇ ନିଶ୍ଚିତ ଭାରତୀୟ ଟିମ ଆଜି ତାର ହିସାବ ନିକାସ କରିବ, ଦକ୍ଷିଣଆଫ୍ରିକା ର ଜୋହାଁସବର୍ଗ ରେ ଅଷ୍ଟ୍ରେଲିଆ ଟିମ ର କ୍ୟାପଟେନ ରିକି ପେଣ୍ଟିଙ୍ଗ ଜିତି ତାଙ୍କ ଦେଶପାଇଁ ଗୌରବ ଆଣିଥିଲେ।ସେତେବେଳେ ଭାରତୀୟ ଟିମ ର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି।125 ରନ ରେ ହାରିଥିଲା ଭାରତୀୟ ଟିମ।ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ବର୍ତମାନ ଭାରତୀୟ ଟିମ ଜବରଦସ୍ତ ଫର୍ମ ରେ ଥିବାରୁ ନିଶ୍ଚିତ ଜିତିବେ ବୋଲି ସାରା ଭାରତୀୟ ମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ଖୁସି ପରିଲକ୍ଷିତ ହେବା ଜଣାପଡୁଛି। ଆମ ଓଡ଼ିଆ ରେ ସମସ୍ତ ଜିଲ୍ଲା ମୁଖ୍ୟସ୍ଥଳ ମାନଙ୍କରେ ବଡ଼ ବଡ଼ ସ୍କ୍ରିନ ମାଧ୍ୟମରେ ସିଧା ମ୍ୟାଚ ର ଭିଡ଼ିଓ ପ୍ରଦର୍ଶିତ ହେବ।ଅନେକ ବିଧାୟକ ମନ୍ତ୍ରୀ ମାନେ ସେମାନଙ୍କ ଏରିଆରେ କ୍ରିକେଟ ପ୍ରେମୀ ମାନଙ୍କ ପାଇଁ ବ୍ୟବସ୍ତା କରିଥିବାର ଖବର ଆସୁଛି। ମୁଖ୍ୟମନ୍ତ୍ରୀ ନିଜେ ବସି ନବୀନ ନିବାସ ରେ ଉପଭୋଗ କରିବେ ଖେଳ ଗୁଜୁରାଟର ମୋଟେରା ସ୍ଥିତ ଶ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିଅମ ଏକ ଅଭୁତପୁର୍ବ ସୁରକ୍ଷା ବଳୟ ଭିତରେ ଆରମ୍ଭ ହେବ ହାଇଟେକମ୍ୟାଚ,, ଖୋଦ ପ୍ରଧାନମନ୍ତ୍ରୀ ବି ଯିବେ ଖେଳ ଦେଖିବାକୁ,,ଅଷ୍ଟ୍ରେଲିଆ ବି ତାଙ୍କ ଟିମର ଜିତିବା ଲକ୍ଷ୍ୟନେଇ ଭଲପ୍ରଦର୍ଶନ କରିବା ସୁନିଶ୍ଚିତ କାରଣ ପାଞ୍ଚ ଥର ବିଶ୍ଵକପ ବିଜୟୀ ଅଷ୍ଟ୍ରେଲିଆ ନିଶ୍ଚିତ 6 ଥର ଜିତିବା ପାଇଁ ଅସାବାନ୍ଧିବ।ଜୀବନର ଶେଷ ସୋପାନ ରେ ଅଧିନାୟକ ରୋହିତ ଶର୍ମା ବିଶ୍ଵକପ ଟିକୁ ଭାରତରେ ରଖିବା ଲକ୍ଷରେ ତେଣୁ ଆଜିର ମ୍ୟାଚ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ରୋମାଞ୍ଚକର। ସମ୍ପାଦକ ଦର୍ଶନ ସମୀକ୍ଷା।


error: Content is protected !!