ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକର୍ତା ସମ୍ମିଳନୀ ଏବଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ନୀଳଗିରି:(ବିମଳ କୁମାର ଦଳେଇ):- ଆଜି ବାଲେଶ୍ୱର ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ଯୁବ ସଭାପତି ତାପସ ପରିଡା ଙ୍କର ନେତୃତ୍ୱରେ ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସ କେ. ଆର. ରିସୋର୍ଟ ଠାରେ ଜିଲ୍ଲା ବିଜେଡି କାର୍ଯ୍ୟକର୍ତା ସମ୍ମିଳନୀ ଏବଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ତଥା ଜିଲ୍ଲା ପ୍ରଯ୍ୟବେକ୍ଷପ୍ ପ୍ରତାପଦେବ କେଶରୀ ଯୋଗଦାନ ଦେଇ ନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ରହିଥିବା ଯୁବ ବିଜେଡି ର ଆସିଥିବା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଏ.ଏନ.ସି. ଓ ବ୍ଲକ,ପଂଚାୟତର ଯୁବ ସଭାପତି ଶହ ମିଡ଼ିଆ ସଂଯୋଜକ ଏବଂ ଅନ୍ୟାନ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ପଦାଧିକାରୀଙ୍କୁ ମାନଂକୁ ଶୁଭେଚ୍ଛା ଜଣାଇ।ଆଗାମୀ 2024ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯୁବ ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ତାହା ସହିତ ସେମାନେ କିପରି ତୃଣମୂଳ ସ୍ତରରେ ସଂଗଠନକୁ ମଜୁଭୂତ କରି। ମାନ୍ୟବର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଜନ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବେ ଓ ଯୋଜନା କଣ ସେ ବିଷୟରେ ସିଧା ସଳଖ ଲୋକଙ୍କ ଶହ ଆଲୋଚନା କରିବେ।ବିରୋଧୀଙ୍କର ଅପ ପ୍ରଚାରକୁ କଟାକ୍ଷ ଲଗାଇ ଦଳ ପ୍ରଗତିର ସୁଦୃଢ କିପରି ହେବ।ସେନେଇ ଗୁରୁମନ୍ତ୍ର ଦେଇଥିଲେ। ଅନ୍ୟ ଅତିଥି ଗଣ ମଧ୍ୟରେ ମୁଖ୍ୟ ବକ୍ତା ରାଜ୍ୟ ଯୁବ ବିଜେଡି ସଭାପତି ବେମକେଶ ରାୟ ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ତଥା ଖଇରା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା,ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ରାଜ୍ୟ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ସିମନ ଦାଶ ମହାପାତ୍ର ପ୍ରମ୍ମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଯୁବ ବିଜେଡି ଙ୍କୁ ଉତ୍ସାହ କରିବା ଶହ ଯୁବ ବିଜେଡିଙ୍କର କାର୍ଯ୍ୟକଳାପ ଅତି ପ୍ରସଂଶନୀୟ କହି ଶୁଭେଚ୍ଛା ଜଣାଇଥିଲେ ଏବଂ ପାରମ୍ପରିକ ନୃତ୍ୟ ର ତାଳେ ତାଳେ ଜୟ ବିଜେଡି ଜୟ ନବୀନ ଶଙ୍ଖ ମୋର ଗର୍ବ ନାରା ଦେଇ ଅତିଥି ମାନଂକୁ ସ୍ୱାଗତ ଜଣାଇଥିଲେ।ଶେଷରେ ଷ୍ଟେଜରେ ମନରୋଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେଣୁ ଜିଲ୍ଲା ଯୁବ ସଭାପତିଙ୍କର ଏହିପରି କାର୍ଯ୍ୟକ୍ରମକୁ ଦଳ ପ୍ରଗତି ପଥରେ ନୂତନ ଧାରା ସୃଷ୍ଟି କରୁଛି ବୋଲି ରାଜନୀତି ମହଲରେ ସାଧାରଣ ଖୁବ ଚର୍ଚ୍ଚା କରାଯାଉଛି।


error: Content is protected !!