ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି।ଭୁବନେଶ୍ୱର ପଟୁ କଟକ ଆଡକୁ ଯାଉଥିଲା ବେଳେ ଅଘଟଣ।ରାସ୍ତାରେ ଭାସିଲା ତେଲ, ଯାତାୟାତ ଠପ୍; ଟ୍ରାଫିକ୍ ଜାମ୍। ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ରାସ୍ତାରେ ବାଲି ପକାଇଲା ପୋଲିସ ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି ।
ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।
ଖବର ଅନୁସାରେ, ଭୁବନେଶ୍ୱର ପଟୁ କଟକ ଆଡକୁ ଯାଉଥିଲା ବେଳେ ଅଘଟଣ । ତେବେ କେଉଁ ଅସୁବିଧା କାରଣରୁ ତେଲ ଟାଙ୍କି ଫାଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରାସ୍ତାରେ ତେଲ ଭାସିବା କାରଣରୁ ଯାତାୟତ ଠପ୍ ହୋଇଯାଇଥିବା ବେଳେ ଟ୍ରାଫିକ ଜାମ୍ ମଧ୍ୟ ହୋଇଛି । ପଳାଶୁଣୀରୁ ରସୁଲଗଡ଼ ଛକ ଯାଏଁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଛି । ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହଞ୍ଚି ରାସ୍ତାରେ ବାଲି ପକାଇଛି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍