January 25, 2026

Now Odisha

Now Odisha

ଫାଟିଲା ତେଲ ଟ୍ୟାଙ୍କର: ଟ୍ରାଫିକ୍ ଜାମ୍‌

Spread the love

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି।ଭୁବନେଶ୍ୱର ପଟୁ କଟକ ଆଡକୁ ଯାଉଥିଲା ବେଳେ ଅଘଟଣ।ରାସ୍ତାରେ ଭାସିଲା ତେଲ, ଯାତାୟାତ ଠପ୍‌; ଟ୍ରାଫିକ୍ ଜାମ୍‌। ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ରାସ୍ତାରେ ବାଲି ପକାଇଲା ପୋଲିସ ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି ।

ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।

ଖବର ଅନୁସାରେ, ଭୁବନେଶ୍ୱର ପଟୁ କଟକ ଆଡକୁ ଯାଉଥିଲା ବେଳେ ଅଘଟଣ । ତେବେ କେଉଁ ଅସୁବିଧା କାରଣରୁ ତେଲ ଟାଙ୍କି ଫାଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରାସ୍ତାରେ ତେଲ ଭାସିବା କାରଣରୁ ଯାତାୟତ ଠପ୍ ହୋଇଯାଇଥିବା ବେଳେ ଟ୍ରାଫିକ ଜାମ୍ ମଧ୍ୟ ହୋଇଛି । ପଳାଶୁଣୀରୁ ରସୁଲଗଡ଼ ଛକ ଯାଏଁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଛି । ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହଞ୍ଚି ରାସ୍ତାରେ ବାଲି ପକାଇଛି ।

error: Content is protected !!