ଭୁବନେଶ୍ବର,-ପୁଣି ଭୁବନେଶ୍ବରରେ ଥାର୍ ଗାଡି ଦୁର୍ଘଟଣା। ଭୁବନେଶ୍ବର ପୀତାପଲ୍ଳୀରେ ଘଟିଛି ଦୁର୍ଘଟଣା। ଟ୍ରେଲରକୁ ପଛରୁ ପିଟିଲା ଥାର୍। ଗାଡିରେ ବସିଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛି। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ମୃତକମାନେ ଗାଡି ଭିତରେ ଚାପି ହୋଇ ରହି ଯାଇଥିଲେ । ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଥାର ଗାଡିରୁ ମୃତଦେହ ଉଦ୍ଧାର କରିଛି।
ଦୁର୍ଘଟଣାରେ ଥାର୍ ଗାଡି ଚୁରମାର ହୋଇଯାଇଛି।
ସୂଚନାଯୋଗ୍ୟ ଯେଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲ ଛକରେମଙ୍ଗଳବାର ରାତିରେମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏକ ଥାର୍ ଗାଡି ଏକ ବୁଲେଟ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |