ନଗାଧିରାଜ ହିମାଳୟ


ପ୍ରାୟ ପ୍ରତିଦିନ 4.30 AM ରୁ 5.00 AM ସକାଳ ସୂର୍ଯ୍ୟ କିରଣ ରେ ସ୍ୱର୍ଣ୍ଣିମ ରଙ୍ଗ ଧାରଣ କରିଥିବା ନଗାଧିରାଜ ହିମାଳୟ ଶିଖର ରେ ବିରାଜିତ କୈଳାଶ ପର୍ବତ ଗିରି ଶୃଙ୍ଗ ଙ୍କର ଦର୍ଶନ କରନ୍ତୁ l କେତେ ମୂଲ୍ୟବାନ ଧାତବ ପଦାର୍ଥ ଓ ରତ୍ନ ଇତ୍ୟାଦି ଏଠାରେ ଗଛିତ ନଥିବ କିଏ ବା କହି ପାରିବ l କେହି କେହି ଏହାକୁ ପ୍ରାକୃତିକ ଭାବରେ ନିର୍ମିତ ସର୍ବ ବୃହତ ପିରାମିଡ଼ କହିଥାନ୍ତି l ଲୋକମାନେ ସର୍ବୋଚ୍ଚ ଗୀରିଶୃଙ୍ଗ ଏଭରେଷ୍ଟ କୁ ଚଢି ପାରିଛନ୍ତି l ମାତ୍ର କୈଳାଶ ପର୍ବତ ର ଗଠନ ଏଭଳି ଯେ ଏହାକୁ ଚଢିବା ଏକ ପ୍ରକାର ଅସମ୍ଭବ lବର୍ତ୍ତମାନ କୈଳାଶ ପର୍ବତ ଚୀନ ଦେଶର ଭୌଗୋଳିକ ସୀମା ମଧ୍ୟରେ ଅବସ୍ଥିତ l ତେଣୁ ସେଠାକୁ ଯିବାପାଇଁ ଚୀନ ସରକାର ଙ୍କର ଅନୁମତି ଆବଶ୍ୟକ ପଡିଥାଏ lଭାରତ ର ଉତ୍ତରାଖଣ୍ଡ ପଟୁ ଯେଉଁ ସଡ଼କ ରାସ୍ତା ତିଆରି ହେଉଛି, ତାହା ଭାରିଯାନ ଯାତାୟାତ ନିମନ୍ତେ ଉପଯୋଗୀ l ତେଣୁ କୈଳାଶ ମାନସରୋବର ଯାତ୍ରୀ ମାନେ ଏଣିକି ମୋଟର ଗାଡି ରେ ଏହି ରାସ୍ତା ଦେଇ ଚୀନ ସୀମାନ୍ତ ଯାଏ ଯାଇ ପାରିବେ l ମୋଟ ଉପରେ 90 କିମି ଦୂରତା କମିଯିବ l ଦୁର୍ଗମ ପଥ ର କଷ୍ଟକର ଯାତ୍ରା ରୁ କିଛି ପରିମାଣରେ ଲାଘବ ମିଳିବ lକୈଳାଶ ପର୍ବତ ହେଉଛି ଭଗବାନ ଶଙ୍କର ଙ୍କର ନିତ୍ୟ ନିବାସ ସ୍ଥଳ l ପ୍ରତି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପାଇଁ ମହାର୍ଘ୍ ତୀର୍ଥରାଜ l ବହୁତ କମ ଲୋକ ଏଠାକୁ ଯିବାର ସୌଭାଗ୍ୟ ଲାଭ କରନ୍ତି l ଅବଶ୍ୟ ସାଧୁ ସନ୍ଥ ମାନେ ନିୟମିତ ଭାବରେ ଯାଇଥାନ୍ତି lଜୟ ଭଗବାନ ଅକର୍ମ କର୍ମ ଦାୟକ ଆଶୁତୋଷ ପ୍ରଭୁ ସଦାଶିବ କୈଳାଶ ବିହାରୀ lଜୟ ମାତା ପାର୍ବତୀ lଜୟ ଶ୍ରୀ ଜଗନ୍ନାଥ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!