ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଅଧୀନରେ ଥିବା ଦେଶରୁ ଆମଦାନୀ ହେଉଥିବା କାର୍ ଉପରେ ଲଗାଯାଇଥିବା ୧୧୦ ପ୍ରତିଶତ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତ ଓ ଇୟୁ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ରାଜିନାମାରେ କାର୍ ଶୁଳ୍କ କମ୍ କରିବା ବ୍ୟବସ୍ଥା ରହିଛି। ଏହା ହେଲେ ୟୁରୋପୀୟ କାର୍ଗୁଡ଼ିକ ଭାରତୀୟ ବଜାରରେ ଆହୁରି କମ୍ ଦାମ୍ରେ ଉପଲବ୍ଧ ହୋଇପାରିବ।
ଇୟୁ ଅଧୀନରେ ୨୭ଟି ରାଷ୍ଟ୍ର ରହିଛନ୍ତି।
ଏହି ଦେଶଗୁଡ଼ିକରୁ ଆମଦାନୀ ହେଉଥିବା ୧୫,୦୦୦ ୟୁରୋରୁ ଅଧିକ ମୂଲ୍ୟର କାର୍ ଉପରୁ ଶୁଳ୍କ କମ୍ କରିବାକୁ ଭାରତ ରାଜି ହୋଇଛି। ଭବିଷ୍ୟତରେ ଶୁଳ୍କକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଛି। ଏହି ରାଜିନାମା ଦ୍ବାରା ରେନୋ, ଷ୍ଟେଲାଣ୍ଟିସ୍, ଫକ୍ସୱାଗନ, ମର୍ସିଡିସ୍-ବେଞ୍ଜ ଓ ବିଏମ୍ଡବ୍ଲ୍ୟୁ ଭଳି କାର୍ ବ୍ରାଣ୍ଡ୍ ଉପକୃତ ହେବେ। ଭାରତ-ଇୟୁ ବାଣିଜ୍ୟ ରାଜିନାମାକୁ ବିଶ୍ବର ଶ୍ରେଷ୍ଠ ରାଜିନାମା ଭାବେ ବିଚାର କରାଯାଉଛି। ଆମେରିକା ଓ ଚୀନ ପରେ ଭାରତ ହେଉଛି ବିଶ୍ବର ତୃତୀୟ ବଡ଼ କାର୍ ବଜାର। କିନ୍ତୁ ଭାରତରେ ସ୍ଥାନୀୟ ଅଟୋମୋବାଇଲ୍ ଶିଳ୍ପକୁ ସୁରକ୍ଷା ପ୍ରଦାନ କରିବା ଲାଗି କଠୋର ବ୍ୟବସ୍ଥା ରହିଛି। ବିଦେଶୀ କାର୍ ଉପରେ ୭୦ ପ୍ରତିଶତରୁ ୧୧୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଶୁଳ୍କ ଲାଗୁ କରଯାଇଛି। ଭାରତର ଏଭଳି ଟିକସ ନୀତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଟେସ୍ଲା ପ୍ରତିଷ୍ଠାତା ଏଲନ ମସ୍କ ନିୟମିତ ବ୍ୟବଧାନରେ ବିରୋଧ କରୁଛନ୍ତି।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “