January 26, 2026

Now Odisha

Now Odisha

ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି |

Spread the love

ଆମ ସମ୍ବିଧାନ ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆ ନୂଆଦିଲ୍ଲୀ, ୨୫/୦୧/୨୦୨୬(ଓଡ଼ିଶା ସମାଚାର)- ଆସନ୍ତା କାଲି ଜାନୁଆରୀ ୨୬ ତାରିଖ ସୋମବାର ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜର ଅଭିଭାଷଣରେ ଗତବର୍ଷ ଦେଶର ସଫଳତା ଉପରେ ଆଲୋକପାତ କରିଛନ୍ତି ।

ଏହାସହ ଦେଶରେ ଝିଅଙ୍କ ସଫଳତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

ଏହାସହ ଭାରତର ଗଣତାନ୍ତ୍ରିକ ଯାତ୍ରା, ସାମ୍ବିଧାନିକ ଆଦର୍ଶ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ପ୍ରଗତିଶୀଳ ଭାରତ ପାଇଁ ସାମୂହିକ ଭାବରେ କାମ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, “ବନ୍ଦେ ମାତରମ୍”ର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଆମ ସ୍ୱାଧୀନତା ଆନ୍ଦୋଳନର ଶକ୍ତି ୧୫ ଅଗଷ୍ଟ, ୧୯୪୭ରେ ଆମ ଦେଶକୁ ପରିବର୍ତନ କରିଥିଲା । ଏହାସହ ସେ ରାଷ୍ଟ୍ରବାଦୀ କବି ସୁବ୍ରମଣ୍ୟ ଭାରତୀଙ୍କୁ ମନେ ପକାଇଥିଲେ ।

ତାଙ୍କର ତାମିଲ ରଚନା “ବନ୍ଦେ ମାତରମ୍ ୟେନବୋମ୍” ମାଧ୍ୟମରେ “ବନ୍ଦେ ମାତରମ୍”କୁ ଲୋକପ୍ରିୟ କରିଥିଲେ । ଯାହା ପରେ ଅନେକ ଭାରତୀୟ ଭାଷାରେ ଏବଂ ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଥିଲା । ମୂଳ ରୂପେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମା ତରମ ଆମ ରାଷ୍ଟ୍ର ବନ୍ଦନାର ପ୍ରତୀକ । ଏହି ରାଷ୍ଟ୍ର ବନ୍ଦନାର ସୌର୍ଯ୍ୟ ଓ ଗୌରବର ଦିନ ପୂର୍ବରୁ ୨୩ ଜାନୁଆରୀରେ ଦେଶବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସାଦର ଶ୍ରଦ୍ଧାଞ୍ଜଳି ଅର୍ପିତ କରି ସ୍ମରଣ କରିଛନ୍ତି । ୨୦୨୧ ମସିହାରୁ ଦେଶରେ ନେତାଜୀ ଜୟନ୍ତୀକୁ’ପରାକ୍ରମ ଦିବସ’ ରୂପେ ପାଳନ କରାଯାଇ ଆସୁଛି ।

ଯାହାଦ୍ୱାରା ଦେଶବାସୀ ବିଶେଷ କରି ଯୁବ ବର୍ଗ ତାଙ୍କର ଅଦମ୍ୟ ଦେଶ ଭକ୍ତିରୁ ପ୍ରେରଣା ପାଇ ପାରିବେ । ନେତାଜୀ ସୁଭାଷଚନ୍ଦ୍ର ବୋଷ ଦେଇଥିବା ‘ଜୟ ହୀନ୍ଦ’ ଉଦଘୋଷ ଆମ ରାଷ୍ଟ୍ରର ଗୌରବ ଉଦଘୋଷ ଅଟେ । ଭାରତରେ ଲଗାତାର ଭାବେ ଆର୍ଥôକ ବିକାଶ ହେଉଥିବା ନେଇ ସମ୍ବୋଧନରେ କହିଥିଲେ ରାଷ୍ଟ୍ରପତି । ସେପଟେ ମହିଳାଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । କୃଷିକ୍ଷେତ୍ରରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ଆମ ଦେଶର ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ପ୍ରବାସୀମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।

error: Content is protected !!