ଯେଉଁମାନେ ପୁର କାର୍ତ୍ତିକ ମାସରେ ବ୍ରତ ପାଳନ କରି ପାରୁ ନାହାଁନ୍ତି ସେମାନେ ଏହି ଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ପାଳନ କରି ପୁରା ମାସର ପୁଣ୍ୟ ଫଳ ପାଇ ପାରିବେ । ଏହିଦିନ ପୂର୍ବରୁ ଶୟନରେ ଥିବା ଭଗବାନ ବିଷ୍ଣୁ ଜାଗ୍ରତ ଅବସ୍ଥାରେ ରହନ୍ତି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁର୍ଣିମା ପର୍ଯ୍ୟନ୍ତ ଏହି ବ୍ରତକୁ ଭୀଷ୍ମ ପଞ୍ଚୁକ ବ୍ରତ ମଧ୍ୟ କୁହାଯାଏ । ତେଣୁ ଏକାଦଶୀ ଦିନ ସକାଳୁ ସ୍ନାନ କରି ସର୍ବପ୍ରଥମେ ଭଗବାନ ସୂର୍ଯ୍ୟ ଦେବ , ପରେ ମାତା ବୃନ୍ଦାବତୀ ଏବଂ ତାପରେ ଭଗବାନ ବିଷ୍ଣୁଙ୍କୁ ନିଦ୍ରାରୁ ଜାଗ୍ରତ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁଙ୍କୁ ସ୍ନାନ କରାଇ ପଞ୍ଚ ଉପଚାର ପୂଜା କରନ୍ତୁ ।ଭଗବାନ ବିଷ୍ଣୁଙ୍କର ପାଞ୍ଚଟି ଜିନିଷ ଅତ୍ୟନ୍ତ ପ୍ରିୟ ଅଟେ । ତାହା ହେଉଛି ପଦ୍ମ ଫୁଲ , ତୁଳସୀ ପତ୍ର , ସୁଗନ୍ଧିତ ଚନ୍ଦନ , ଅଗସ୍ତି ଏବଂ ମାଳତୀ ଫୁଲ । ଏହିସବୁକୁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଭଗବାନଙ୍କ ପ୍ରିୟ ଜିନିଷ ଅର୍ପିତ କରିବା ସହିତ ସନ୍ଧ୍ୟା ସମୟରେ ଘିଅ ଦୀପ ପ୍ରଜ୍ୱଳନ କରନ୍ତୁ । ସଂଧ୍ୟାରେ ହବିଷ ଭକ୍ଷଣ କରିବା ସହିତ ସମ୍ପୂର୍ଣ୍ଣ ପାଞ୍ଚ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହି ଭୀଷ୍ମ ପଞ୍ଚୁକର ପାଞ୍ଚ ଦିନରେ କିଛି ଖାସ କାମ ଯେପରିକି ପବିତ୍ର ନଦୀରେ ସ୍ନାନ କରିବା ଉଚିତ । ତାହା ସମ୍ଭବ ନହେଲେ ଘରେ ଶୁଦ୍ଧ ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରି ପାରିବେ।ଦ୍ୱିତୀୟ କାମ ହେଉଛି ତୁଳସୀ ପୂଜନ ଏବଂ ତୃତୀୟ କାମ ହେଉଛି ଅଁଳା କିମ୍ବା ଧାତ୍ରୀ ବୃକ୍ଷର ପୂଜନ ଏବଂ ଚତୁର୍ଥ କାମ ହେଉଛି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଶ୍ରୀଜଗନ୍ନାଥଙ୍କ ପୂଜା କରିବା । ଯଦି ଆପଣ ବ୍ରତ ରଖୁ ନାହାଁନ୍ତି ତେବେ କେବଳ ଏହି ପଞ୍ଚୁକ ପାଞ୍ଚ ଦିନ ଭଗବାନ ବିଷ୍ଣୁଙ୍କୁ ନିଷ୍ଠାର ସହିତ ପୂଜା କରନ୍ତୁ । ଯାହାଦ୍ୱାରା ସମ୍ପୂର୍ଣ୍ଣ କାର୍ତ୍ତିକ ମାସର ପୁଣ୍ୟ ପ୍ରାପ୍ତ ହେବ ।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ