ଓକିଲାତିର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ଭର୍ଧନା ସଭା ଅନୁଷ୍ଠିତ। ଦୀର୍ଘ 50 ବର୍ଷ ଧରି ଜୀବନ ବ୍ୟାପି ଆଇନ ସେବା ଯୋଗାଇ ଆସିଥିବା ରାମକୃଷ୍ଣ ମିଶ୍ର ଏକ ସମ୍ଭାନ୍ତ ପରିବାରେ ଜନ୍ମ ଗ୍ରହଣ କରିଥିଲେ। 1975 ମସିହାରେ ନିମାପଡ଼ାରେ ଥିବା ରେଭିନ୍ୟୁ କୋର୍ଟ ଏବଂ ଚକବନ୍ଦୀ କୋର୍ଟରେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଓକିଲାତିର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ନିମାପଡ଼ା ବାର ଆସୋସେସନ ଏବଂ ଜୁଡ଼ିସିଆଲ ବାର ଆସୋସେସନ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା। ବାର ଆସୋସେସନର ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ସୌମ୍ୟକ ପାତ୍ର, ସିଭିଲ ଜୁନିଅର ଡିଭିଜନ ସୌମ୍ୟା ରାଓ, ଜେଏମଏଫସି ସ୍ୱରୂପ ସାଗର ପ୍ରଧାନ,ଜେ ଏମ ଏଫସି ହର୍ଷିତା ମିଶ୍ର ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବୀ ମୃତ୍ୟୁଞ୍ଜୟ ଦାସ ସଭା ପରିଚାଳନା କରିଥିଲେ। ଏହି ସମ୍ଭର୍ଦ୍ଧିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ନାୟକ, ବାମନ ଚରଣ ନାୟକ, ପ୍ରଶାନ୍ତ ମିଶ୍ର, ପ୍ରଶାନ୍ତ ରାଉତରାୟ ରାଧେଶ୍ୟାମ ଜେନା,ଦିଲ୍ଲୀପ ପଟ୍ଟନାୟକ ପ୍ରଭାକର ଜେନା,ପ୍ରତାପ ପଣ୍ଡା,ପ୍ରତାପ ମହାନ୍ତି, ବ୍ରହ୍ମାନନ୍ଦ ପ୍ରଧାନ,ବ୍ରହ୍ମାନନ୍ଦ ରଥ ପ୍ରମୁଖଙ୍କ ସମେତ ଶତାଧିକ ଆଇନଜିବି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ସୌମ୍ୟକ ପାତ୍ର ଶ୍ରୀଯୁକ୍ତ ମିଶ୍ରଙ୍କୁ ମାନପତ୍ର ଉପଢ଼ୋକନ ଓ ଉପହାର ଦେଇ ସାମ୍ନାନିତ କରିଥିଲେ।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ