ରାଜାସାହେବ ସାହୁଙ୍କ ଗୁଜରାଟର ସୁରଟ ସହର ସ୍ଥିତ ସିଭିଲ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ


ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରାଜାସାହେବ ସାହୁଙ୍କ ଗୁଜରାଟର ସୁରଟ ସହର ସ୍ଥିତ ସିଭିଲ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାପରେ, ସେଠାରେ ତାଙ୍କରି କେହି ପରିବାର ଲୋକ ନଥିବା ହେତୁ, ମୃତଶରୀର ନିଃସହାୟ ହୋଇ ପଡ଼ି ରହିଥିଲା, ଏଣୁ ଏଠାକାର ପରିବାର ଲୋକ, ନିମଖଣ୍ଡି ଅଞ୍ଚଳର ଜନ ପ୍ରତିନିଧି ତଥା ସମାଜସେବୀ ମାନେ, ମୃତକ ରାଜା ସାହେବଙ୍କ ପାର୍ଥିବ ଶରୀରକୁ ଗାଁକୁ ଆଣିବାକୁ ଆର୍ଥିକ ସ୍ତରରେ ଅସାମର୍ଥ୍ୟତା ପ୍ରକାଶ କରି ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ ସାହାଯ୍ୟ ଲୋଡ଼ିଥିଲେ, ଏହି ଖବର ଶୁଣିବା କ୍ଷଣି ମାନ୍ୟବର ବିଧାୟକ, ଯୁଦ୍ଧକାଳୀନ ଭିତ୍ତିରେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ମୃତକ ରାଜା ସାହେବଙ୍କ ପାର୍ଥିବ ଶରୀରକୁ ଅନତୀ ଦୂର ସୁରଟ ସହରରୁ ଆଣିବା ବ୍ୟବସ୍ଥା କରି, ନିଜେ ମାନ୍ୟବର ବିଧାୟକ, ନିମଖଣ୍ଡି ଅଞ୍ଚଳର ଜନପ୍ରତିନିଧି, ସ୍ଥାନୀୟ ବିଜେଡି ନେତୃବୃନ୍ଦ, କର୍ମୀ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ମାନଙ୍କ ସାଙ୍ଗରେ ରହି ପାର୍ଥିବ ଶରୀରକୁ ମୃତକଙ୍କ ନିଜ ଗ୍ରାମ ନିମଖଣ୍ଡି ନେଇ, ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ, ଧୋର୍ଯ୍ୟ ରଖିବା ପାଇଁ ସମବେଦନା ଜଣାଇ ପାର୍ଥିବ ଶରୀରକୁ ଶ୍ମଶାନଘାଟରେ ପହଞ୍ଚେଇ ଶେଷକ୍ର୍ତତ୍ୟ ସମ୍ପନ୍ନ କରିବା ପର୍ଯ୍ୟନ୍ତ ସମସ୍ତ।


error: Content is protected !!