୧୪ତମ ରାଜ୍ୟସ୍ତରୀୟ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ


ଯାଜପୁର:(ପ୍ରଦ୍ୟୁମ୍ନ କୁମାର ଓଝା ):- ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିଠାରେ ଆଜି ୧୪ତମ ରାଜ୍ୟସ୍ତରୀୟ ବୁଦ୍ଧ ମହୋତ୍ସବ ଉଦଘାଟିତ ହୋଇଯାଇଛି l ପୁରୀ ସର୍କଲ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସହକାରୀ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ପ୍ରଜ୍ଞା ପ୍ରଦୀପ ପ୍ରଧାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ପ୍ରଗତିବାଦୀ ପ୍ରକାଶକ ତଥା କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ମୁଖ୍ୟବକ୍ତl ଭାବେ ପ୍ରଗତିଶୀଳ କବି ନିରାକାର ଦାସ ଓ ସମ୍ମାନିତ ଅତିଥି ଭାବେ ଇଫକୋ ପାରାଦ୍ୱୀପ ର ଲୋକସମ୍ପର୍କ ଅଧିକାରୀ ପ୍ରଶାନ୍ତ ବେଉରିଆ ଓ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ସିଂ, ପ୍ରମୁଖ ଯୋଗଦେଇଥିଲେ l ଡ଼ଃ ଅରୁନ୍ଧତୀ ଦେବୀ ଙ୍କ ଅଧକ୍ଷତlରେ ଅନୁଷ୍ଠିତ ଉତ୍ସବ ରେ ବୌଦ୍ଧ ଐତିହ ର ପ୍ରଚାର ପ୍ରସାର ପାଇଁ ଯୁବ ଓ ସ୍ବେଛାସେବୀ ସଂଗଠନ ମାନଙ୍କର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ଯାଜପୁର ଜିଲ୍ଲାର ଅନେକ ସଂସ୍ଥାର ସ୍ବେଛାସେବୀ ଯୋଗ ଦେଇଥିଲେ l ପ୍ରତିନିଧି ଭାବେ ଧର୍ମଶାଳା ପଲିଶ୍ରୀ ର ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ସମ୍ଭବ ଅନୁଷ୍ଠାନ ସୁଧାଂଶୁ ପାଢ଼ୀ, ସୁରେଶ ବିଶ୍ୱାଳ, ଓ ଶିବ ସାମଲ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ l ପ୍ରାରମ୍ଭରେ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଆବାହକ ସାମ୍ବାଦିକ ମହେଶ୍ୱର ବଳ ସ୍ୱାଗତ ଭାଷଣ ଦେବା ସହିତ ବିବରଣୀ ଉପସ୍ଥାପନା କରିଥିଲେ l ବିଶ୍ୱ ଐତିହ୍ୟ ତାଲିକା ରେ ଉଦୟଗିରିକୁ ଯୋଡିବା ପାଇଁ ଆଗକୁ ପାଦେ ଯେଉଁ ଆହ୍ୱାନ ଦିଆଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ସେଥିପ୍ରତି ସବୁ ଶ୍ରେଣୀର ସହଯୋଗ କାମନା କରାଯିବା ସହିତ ସ୍ଥାନୀୟ ଜନସାଧାରଣ ଓ ଯୁବମାନଙ୍କୁ ଏହି ପ୍ରକ୍ରିୟା ରେ ଯୋଡିବାହେବା କୁ ନିବେଦନ କରିଥିଲେ l ଏହି ପରିପ୍ରେକ୍ଷୀରେ ଉଦୟଗିରି ବୌଦ୍ଧ ବିହାରରୁ ଅବିସ୍କୃତ କୀର୍ତ୍ତିରାଜି ଗୁଡିକର ଫୋଟୋ ସମ୍ବଳିତ ପଦର୍ଶିନୀ ଓ ଚିତ୍ରଶିଳ୍ପୀ ଚିତ୍ରସେନ ବେହେରା ଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ଉଦଘାଟନ ହୋଇଥିଲା l ରାମ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ l ଶୋଭନୀୟ ଶିକ୍ଷାଶ୍ରମ, ହୋଲିଜେସଶ ସ୍କୁଲ ର ସାଇଦୀପ ରଣା, ଉଦିୟମାନ କଳା ପରିଷଦ ଓ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କିଶୋର ଚନ୍ଦ୍ର ଦାସ, ଉମାକାନ୍ତ ବଳ, ସରୋଜ ବଳ, ଜ୍ଞାନ ରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ରାୟ,, ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l


error: Content is protected !!