ପାତାଳେଶ୍ଵର ଶିଵ ମନ୍ଦିର


ପାଇକପଡା ଥେରୁବାଲି ରାୟଗଡା ଜିଲ୍ଲା ଏହି ମନ୍ଦିରମାଳା କୋରାପୁଟ ଜୟପୁର ରାଜା ରାମକୃଷ୍ଣ ଦେବଙ୍କ ଦ୍ୱାରା ଖ୍ରୀ 766 ରେ ସ୍ଥାପିତ ହୋଇଥିଲା l ମନ୍ଦିରର ଏକ ସ୍ତମ୍ଭରେ ସଂସ୍କୃତ ଭାଷାରେ ଖୋଦିତ ଏକ ଅଭିଲେଖରୁ ଏହା ଜଣାଯାଏ lଅନେକ ଛୋଟ ବଡ଼ ମନ୍ଦିର ଏହି ମନ୍ଦିର ମାଳାରେ ରହିଛି lଏକ ଲକ୍ଷରୁ ଗୋଟିଏ ଶିଵଲିଙ୍ଗ ଏଠାରେ କମ ଅଛି l ଏହି ମନ୍ଦିର ସଂଲଗ୍ନ ପୋଖରୀରେ ସେହି ଶିଵଲିଙ୍ଗଗୁଡିକ ଥିବାରୁ ତାହାକୁ କେହି ବ୍ୟବହାର କରନ୍ତି ନାହିଁ lପାତାଳେଶ୍ଵର ଶିଵଙ୍କ ବ୍ୟତୀତ,ଅର୍ଦ୍ଧ ନାରୀଶ୍ୱର, ହରିହର, ତାଣ୍ଡବେଶ୍ୱର, ସୂର୍ଯ୍ୟନାରାୟଣ, ଚାମୁଣ୍ଡା, ଗଙ୍ଗା, ଯମୁନା, ସୌର ଘଡି, ଇତ୍ୟାଦି ଅନେକ ପ୍ରାଚୀନ ଓ ମୂଲ୍ୟବାନ ମୂର୍ତ୍ତି ଦେଖିବାକୁ ମିଳେ lଏଠାରେ ଏକ ଜଗନ୍ନାଥ ମନ୍ଦିର ପରବର୍ତ୍ତୀ ସମୟରେ ନିର୍ମାଣ କରାଯାଇଛି l ତେଣୁ ଏହା ଏବେ ହରିହର ଏକାତ୍ମତା କ୍ଷେତ୍ରରେ ରୂପାନ୍ତରିତ ହୋଇଛି lଜୟ ଶ୍ରୀ ପାତାଳେଶ୍ଵର ମହାଦେବ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!