February 4, 2026

Now Odisha

Now Odisha

ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ |

Spread the love

ମାଲକାନଗିରି: ମାଲକାନଗିରି ସହରରେ ଆଜି ଦେଖିବାକୁ ମିଳିଛି ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ। ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ଟିମ୍ ଏବଂ ପୌର ପରିଷଦର ମିଳିତ ସହଯୋଗରେ ଆଜି ସହରର ବିଭିନ୍ନ ଦୋକାନ ଓ ଗୋଦାମ ଉପରେ ଚଢାଉ କରାଯାଇଛି। ଖାଦ୍ୟ ଲାଇସେନ୍ସ ଯାଞ୍ଚ ସହ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଏହି ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି।ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଖାଦ୍ୟର ମାନ ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ଯାଞ୍ଚ କରାଯାଇଛି। ମାଲକାନଗିରି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରଭାତ କୁମାର ସେଠୀ, ଅବକାରୀ ବିଭାଗର କର୍ମକର୍ତ୍ତା ଏବଂ ମୁନସିପାଲଟିର ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ନେତୃତ୍ବରେ ଏକ ଟିମ ସହରର ପ୍ରତ୍ୟେକ ଛୋଟବଡ଼ ଦୋକାନ ଓ ଗୋଦାମରେ ଚଢାଉ କରିଥିଲେ। ଲାଇସେନ୍ସ ଯାଞ୍ଚ: ଅନେକ ଦୋକାନୀଙ୍କର ଖାଦ୍ୟ ପଞ୍ଜିକରଣ ବା ଲାଇସେନ୍ସ ନଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।ଏହି ଚଢାଉ ସମୟରେ ବିପୁଳ ପରିମାଣର ଗୁଟଖା, ସିଗାରେଟ୍ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। କେବଳ ଚଢାଉ ନୁହେଁ, ବରଂ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। “ନିଶାମୁକ୍ତ ରୁହନ୍ତୁ ଏବଂ ମାଲକାନଗିରି ଜିଲ୍ଲାକୁ ନିଶାମୁକ୍ତ କରନ୍ତୁ” – ଏହି ବାର୍ତ୍ତା ସହ ବ୍ୟବସାୟୀଙ୍କୁ ବେଆଇନ ଜିନିଷ ନ ବିକିବାକୁ ଚେତାବନୀ ଦିଆଯାଇଛି। ଆଗାମୀ ଦିନରେ ମଧ୍ୟ ଏହିଭଳି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସହରରେ ସ୍ୱଚ୍ଛ ଖାଦ୍ୟ ଏବଂ ସୁସ୍ଥ ବାତାବରଣ ପାଇଁ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।

error: Content is protected !!