ଦେବଗଡ,): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ ଦେବଗଡ ଜିଲା ରିଆମାଳ ଥାନା ଅଂଚଳର ୩ ଜଣ ସାଇବର ଠକ ଗୁରୁବାର ଗିରଫ ହୋଇଛନ୍ତି । ଭୁବନେଶ୍ୱର କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଚଢଉ କରି ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି ।
ଗିରଫ ଅଭିଯୁକ୍ତ ମାନେ ରିଆମାଳର ଲାଲା ବସନ୍ତରା (୨୧), ଚିନ୍ମୟ ସାହୁ (୧୯) ଏବଂ ମାନସ କୁମାର ସାହୁ (୩୦) ବୋଲି ଜଣାପଡିଛି । ରିଆମାଳ ସଦର ମହକୁମାରେ ଲାଲା ଏକ ସେଲୁନ ଦୋକାନ ଖୋଲିଥିବା ବେଳେ ଏଭଳି ଅପରାଧରେ ସାମିଲ ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୩ ଟି ମୋବାଇଲ, ଗୋଟିଏ ଏସବିଆଇ ଏଟିଏମ ଏବଂ ଉଦ୍ୟମ ପଞ୍ଜିକୃତ ପ୍ରମାଣପତ୍ର ଜବତ କରାଯାଇଛି । ସେମାନେ ଅସଲି ଟ୍ରେଡିଂ କମ୍ପାନୀର ଫେକ ଆପ ତିଆରି କରି ଲୋକଙ୍କୁ ମିଛସତ କହି ୱାଟ୍ସଅପ ଗ୍ରୁଫରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିଲେ ।
ଭୁବନେଶ୍ୱର ଏୟାର-ଫିଲ୍ଟ ଥାନା ଅଂଚଳରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରକାଶ କୁମାର ମହାପାତ୍ର ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇର ଶିକାର ହୋଇଥିବା ନେଇ ସାଇବର କ୍ରାଇମ୍ ଏବଂ ଇକୋନୋମିକ ଅଫେନ୍ସ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ସାଇବର ଠକେଇ ନେଟୱାର୍କର ୩ ଜଣ ଯୁବକଙ୍କୁ ଗିରଫ କରିଛି । ଏଥିରେ ଅନେକ ଅଭିଯୁକ୍ତ ସାମିଲ ଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଛି । ପୋଲିସ ଗୁରୁବାର କୋର୍ଟଚାଲାଣ କରିଥିବା ଜଣାପଡିଛି ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!