ଜୟ ଜଗନ୍ନାଥ


🕉️ ଜୟ ଜଗନ୍ନାଥ ବନ୍ଦେ ମାତରଂ ସମସ୍ତ ଆଦରଣୀୟ ଦିବ୍ୟାତ୍ମାମାନଙ୍କୁ ସାଦର ପ୍ରଣାମ | ଆମର ମାନବିନ୍ଦୁ ପୂଜ୍ୟ ସାଧୁସନ୍ଥ | ତାଙ୍କରି ଅବଦାନ ପୁଣ୍ୟଭୁମି ଭାରତର ନାମ ଏବଂ ତାର ବିଶ୍ୱ ପ୍ରସିଦ୍ଧ ମହାନ ସଂସ୍କୃତି | ଆମ ମାନଙ୍କର ମାର୍ଗଦର୍ଶକ ଏବଂ ଆଦର୍ଶର ବିନ୍ଦୁ ପୂଜ୍ୟ ସାଧୁ ସନ୍ଥ ମାନେ ଆଜି ନିଜ ମାତୃଭୂମି ରେ ଅବହେଳିତ, ନିର୍ଯ୍ୟାତିତ, ଲାଞ୍ଛିତ ଓ ଅସୁରକ୍ଷିତ | ଆଜିକାଲି ପୂଜ୍ୟ ସନ୍ଥ ମାନଙ୍କୁ ଲୋକଲୋଚନରେ ଅପମାନିତ ଏବଂ ମରଣାନ୍ତକ ଆକ୍ରମଣ, ବିଭିନ୍ନ ଷଡଯନ୍ତ୍ର, ହତ୍ୟା ଇତ୍ୟାଦି ସୁପ୍ତ ସମାଜ ଆଗରେ ଏକ ସାଧାରଣ ବିଷୟ ପାଲଟିଗଲାଣି l ଏହା ଏକ ସୁସ୍ଥ ସମାଜ ପାଇଁ ଚିନ୍ତା ଓ ଲଜ୍ୟା ର ବିଷୟ |ଏଇ ପବିତ୍ର ଉତ୍କଳମାଟିରେ ପୂଜ୍ୟ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ନିର୍ମମ ହତ୍ୟା, ମହାରାଷ୍ଟ୍ର ର ପାଲଘର ଠାରେ ଜନଵହୁଳ ସ୍ଥାନ ରେ ନିରୀହ ସାଧୁସନ୍ଥଙ୍କ ଷଡଯନ୍ତ୍ର ପୂର୍ବକ ହତ୍ୟା ହେଇଥିଲା ଏବଂ ନିକଟ ଅତୀତରେ ନଭେମ୍ବର 14 ତାରିଖ ଦିନ ଦେବଗିରି କଲ୍ୟାଣସିଂହପୁର ଠାରେ ମହାନ ସଂସ୍କୃତି ରକ୍ଷକ, ସମାଜସେବୀ ପୂଜ୍ୟ ସନ୍ଥ କ୍ରାନ୍ତି ମହାରାଜଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି l ବାରମ୍ବାର ଏତାଦୃଶ ଅମାନୁଷିକ, ହୃଦୟବିଦାରକ ଘଟଣାର ପ୍ରତିକାର ସମାଜ ପାଇଁ ନିତାନ୍ତ ଆବଶ୍ୟକ |ଏଣୁ ସମସ୍ତ ଆଧ୍ୟାତ୍ମିକ ଓ ସାମାଜିଜ ସଂଗଠନ,ପୂଜ୍ୟ ସାଧୁ ସନ୍ଥ, ବିଶେଷ ବ୍ୟକ୍ତିତ୍ୱ, ସମ୍ମାନନୀୟ ମାତୃଶକ୍ତି ଓ ସର୍ବସାଧାରଣଙ୍କ ମିଳିତ ପ୍ରସ୍ତାବରେ ଭାରତୀୟ ସନ୍ଥ ସୁରକ୍ଷା ଆଇନ (B.S.S Act) ପ୍ରଣୟନ ନିମନ୍ତେ ଭାରତ ସରକାରଙ୍କୁ ସାଦର ନିବେଦନ lଅଭାହକ କୃତିବାସ ରଥ ନିବେଦକ ସମସ୍ତ ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ।


error: Content is protected !!