ବିଧିବଦ୍ଧ ଭାବରେ ଭି କେ ପାଣ୍ଡିଆନ ବିଜୁ ଜନତା ଦଳରେ ଯୋଗଦେଲେ କିଛି ଦିନ ପୂର୍ବରୁ ସେ ପ୍ରଶାସନ ବିଭାଗରୁ ଅବସର ନେଇଥିଲେ


ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ ଦଳରେ ସାମିଲ କରିଛନ୍ତି। ବରିଷ୍ଠ ବିଜେଡି ନେତାମାନଙ୍କ ବୈଠକ ପରେ ଭି.କେ ପାଣ୍ଡିଆନ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନଙ୍କୁ ବିଜେଡିରେ ଗ୍ରହଣ କରାଯାଇଥିଲା ।ରାଜନୀତିରେ ପ୍ରବେଶ ସହ ନିଜ ଘଟଣା ବହୁଳ କ୍ୟାରିୟରର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୋପାନରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଓ ରୂପାନ୍ତରଣ ଯୋଜନାର ସଫଳ ରୂପାୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଉପରେ ଏବେ ରହିବ ଦଳକୁ ଆଗାମୀ ନିର୍ବାଚନ ବୈତରଣୀ ପାର କରିବାର ଗୁରୁ ଦାୟିତ୍ବ


error: Content is protected !!