କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସା ଖେମର ସଂସ୍କୃତି କାମ୍ବୋଡିଆ


କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗାଭସା ଉତ୍ସବ ସହିତ ଆମେ ଧର୍ମଗତ ଓ ଭାବଗତ ଦୃଷ୍ଟିରୁ ସୁପରିଚିତ l ଏହା ଆମର ନୌବାଣିଜ୍ୟ ପରମ୍ପରାର ପ୍ରତୀକ l ଓଡ଼ିଆ ସାଧବପୁଅମାନେ ଏହିଦିନ ନୌକା ରେ ବିଭିନ୍ନ ପଣ୍ୟଦ୍ରବ୍ୟ ନେଇ ଦରିଆପାରି ଜାଭା ବାଲି ସୁମାତ୍ରା ବ୍ରହ୍ମଦେଶ ଶ୍ରୀଲଙ୍କା ଇତ୍ୟାଦି ଦେଶକୁ ଯାତ୍ରା କରିଥାନ୍ତି lସେହିପରି କେରଳ ସମୁଦ୍ର ଉପକୂଳରେ ପ୍ରସିଦ୍ଧ ଓନାମ ପର୍ବ ସମୟରେ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୁଏ lକାର୍ତ୍ତିକ ପୂର୍ଣ୍ଣିମା ଅବସରରେ କମ୍ବୋଡିଆ ର ପ୍ରସିଦ୍ଧ ଖେମର ସଂସ୍କୃତି ପରମ୍ପରାରେ ମଧ୍ୟ ଏହିପରି ନୌବାଣିଜ୍ୟ ର ଝଲକ ଦେଖିବାକୁ ମିଳେ l ଖେମର ଅଧିବାସୀମାନେ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଏହି ଉତ୍ସବକୁ ପାଳନ କରନ୍ତି lଏହି ଉତ୍ସବ ପାଳନର ଏକ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଖ୍ରୀଷ୍ଟିୟ ଦଶମ ଶତାବ୍ଦୀର ଆଙ୍ଗକରଭଟ୍ଟ ମନ୍ଦିର ଗାତ୍ର ଖୋଦେଇରୁ ଉଦ୍ଧୃତ l ଭାରତୀୟ ସଂସ୍କୃତି ଅନୁରୂପ ବିଦେଶୀ ସଂସ୍କୃତି ର ଏହା ଏକ ପ୍ରକୃଷ୍ଟ ଉଦାହରଣ lଜୟ ଭାରତୀୟ ଧର୍ମସଂସ୍କୃତି lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!