ପୁଣି ଜନନୀ ଯନ୍ତ୍ରଣା


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ପୁଣି ଜନନୀ ଯନ୍ତ୍ରଣା ଖଟିଆରେ 2 କି.ମି ବୁହା ହେଲେ ଗର୍ଭବତୀ ମହିଳା ! କେବେ ଶବ କୁ ଖଟିଆରେ ବୁହା ହୋଉଛି ତ କେବେ ଗର୍ଭବତୀ ମହିଳା ଆଉ କେବେ ରୋଗୀଙ୍କୁ ! କେବେ ସରିବ ଏମାନଙ୍କ ଦୁଃଖ !ସ୍ବଧୀନତାର ଅନେକ ବର୍ଷପରେ ମଧ୍ୟ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଡି ଚଳାଚଳ ପାଇଁ ଭଲ ରାସ୍ତାଟିଏ ହୋଇ ପାରିନାହିଁ। ପକ୍କା ସଡକ ନ ଥିବାରୁ ସୋମବାର ଦିନ ଏକ ଜରୁରୀ କାଳୀନ ସେବାରୁ ବଞ୍ଚିତ ହୋଇଛନ୍ତି ଜଣେ ଗର୍ଭବତୀ ମହିଳା। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାହୋଇ ଆମ୍ବୁଲାନସ ନିକଟକୁ ଅଣାଯାଇଛି। ଏହିପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ! ଭଲ ରାସ୍ତା ନ ଥିବାରୁ କେବେ ଶବ କୁ ଖଟିଆରେ ବୁହା ହୋଉଛି ତ କେବେ ଗର୍ଭବତୀ ମହିଳା ଆଉ କେବେ ରୋଗୀଙ୍କୁ ! ରାଜ୍ୟ ସରକାର ଓ କେନ୍ଦ୍ର ସରରକାର ଆଦିବାସୀଙ୍କ ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅବହେଳିତ ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି ଜିଲ୍ଲାରେ। ସମ୍ପୂର୍ଣ୍ଣ ଦୂର୍ଗମ ଅଂଚଳ କୁହାଯାଉଥିବା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଅନ୍ତର୍ଗତ ଗୁରୁଣ୍ଡିଗୁଡ଼ା ଗାଁରେ ଭଲ ରାସ୍ତାଟିଏ ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି 108 ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକି ରହିଲା 108 ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀ ଏବଂ ପରିବାର ଲୋକେ ଗର୍ଭବତୀ ମହିଳା ଙ୍କୁ 2 କିମି ଜଙ୍ଗଳ ପାହାଡିଆ ରାସ୍ତାରେ ଭାରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥୀଲେ ! ଜଙ୍ଗଳ ପାହାଡ ପର୍ବତ ଘେରା ମୈଦଲପୁର ଅଞ୍ଚଳର ବିଭିନ୍ନ ଗାଁ ଏବେ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ରହିଛି ଗାଁ ଗୁଡ଼ିକ । ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଶହ ଶହ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ୍ୟ ସବୁଦିନିଆ ଭଲ ରାସ୍ତା ନଥିବାରୁ ଏଗୁଡିକ ଜିଲ୍ଲା ର ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତା ନ ଥୀବାରୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ଶେଷରେ ବାଧ୍ୟ୍ୟ ହୋଇ ଖଟିଆରେ ବୁହା ହୋଉଛନ୍ତି ଗର୍ଭବତୀ ମହିଳା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୈଦଲପୁର ପଂଚାୟତ ଅନ୍ତର୍ଗତ ଗୁରୁଣ୍ଡିଗୁଡ଼ା ଗାଁରେ । ଆଜି ଗୁରୁଣ୍ଡିଗୁଡ଼ା ଗ୍ରାମର ସୁରେନ୍ଦ୍ର ଯାନୀଙ୍କ ସ୍ତ୍ରୀ କମଳା ଯାନୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ 108 ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରି ଥିଲେ ଫଳରେ ଆମ୍ବୁଲାନ୍ସ ମଧ୍ୟ୍ୟ ଆସି ଥିଲା କିନ୍ତୁ ରାସ୍ତା ଭଲ ନ ଥୀବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପରି ନ ଥୀଲା ! ଗାଁ କୁ ଭଲ ରାସ୍ତା ନ ଥିବାରୁ 2 କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। କିନ୍ତୁ ମୈଦଲପୁର 108 ଆମ୍ବୁଲାନ୍ସ ର ଡ୍ରାଇଭର ଙ୍କ ମହନିୟତା ଯୋଗୁଁ ଦୁଇ କିଲୋମିଟର ଖଟିଆରେ ବୋହି ଆଣିଥିଲେ। ମୈଦଲପୁର 108 ଆମ୍ବୁଲାନ୍ସ ର କର୍ମଚାରୀ ଡ୍ରାଇଭର ସୁମିତି ନାୟକ ଏବଂ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ 2 କିଲୋମିଟର ଖଟିଆରେ ବୋହି 108 ଆମ୍ବୁଲାନ୍ସ ନିକଟରେ ରାସ୍ତା ରେ ଗର୍ଭବତୀ ମହିଳା ପ୍ରସବ ବେଦନା ସହି ନପାରି ଆମ୍ବୁଲାନ୍ସ ନିକଟରେ ପହଞ୍ଚୁ ପହଞ୍ଚୁ ଉକ୍ତ ମହିଳା 108 ଆମ୍ବୁଲାନ୍ସ ନିକଟ ରାସ୍ତାରେ ଏକ ଶିଶୁ କନ୍ୟା ଜନ୍ମ କରିଥିବା ଦେଖିବାକୁ ମିଳିଛି ! ଶିଶୁ କନ୍ୟା ଜନ୍ମ ହେବା ଗର୍ଭବତୀ ମହିଳା ଏବଂ ଶିଶୁ କନ୍ୟା ଙ୍କୁ 108 ଆମ୍ବୁଲାନ୍ସ ରେ ମୈଦଲପୁର ପ୍ରାଥମିକ ସୁସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ! ଗର୍ଭବତୀ ମହିଳା ଏବଂ ତାଙ୍କ ଶିଶୁ କନ୍ୟା ଙ୍କ ସ୍ୱାସ୍ଥ୍ୟ ଅବସ୍ତା ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି ।


error: Content is protected !!