ଏରସମା ବ୍ଲକ ସରବାରେ କାର୍ତ୍ତିକେଶ୍ବର ପୂଜା ମହାସମାରୋହରେ ପାଳିତ


ଏରସମା:(ରଞ୍ଜିତ):- ସରବା କାର୍ତ୍ତିକେଶ୍ୱର ପୂଜା କମିଟି ତରଫରୁ କାର୍ତ୍ତିକେଶ୍ବର ପୂଜା ମହାସମାରୋହରେ ପାଳିତ ହୋଇଛି |ଆଜକୁ ପ୍ରାୟ ୪୨ ବର୍ଷ ପୂର୍ବରୁ ତପନ ରାଉତ, ସତ୍ୟାନନ୍ଦ ପରିଡା, ଗୁରୁ ଚରଣ ରାଉତ୍,ବାନାମ୍ବର ସେଠୀ, ଶିଶିର ରାଉତ, ନିତ୍ୟାନନ୍ଦ ହାତୀ, ପ୍ରତାପ ଦଳାଇ, ସନ୍ତୋଷ ରାଉତ , ଶଙ୍କର ସ୍ୱାଇଁ, ରମେଶ ରାଉତ,ମାନଗୋବିନ୍ଦ ରାଉତ୍, ରବୀନ୍ଦ୍ର ରାଉତ୍ ଙ୍କ ସମେତ ଅନେକ ପୁରୁଖା ବ୍ୟକ୍ତିତ୍ୱଙ୍କ ଉଦ୍ୟମ ରେ ସରବା ରେ କାର୍ତ୍ତିକେଶ୍ୱର ପୂଜା ର ଆରମ୍ଭ ହୋଇଥିଲା |ଆଜି ପର୍ଯ୍ୟନ୍ତ ଗାଁ ର ଏହି ପରମ୍ପରା କୁ କାର୍ତ୍ତିକେଶ୍ୱର ପୂଜା କମିଟି ର ଯୁବ ଗୋଷ୍ଟୀ ମାନେ ବଜାୟ ରଖିବା ସହିତ ବେଶ ଆଡମ୍ବର ର ସହିତ କାର୍ତ୍ତିକେଶ୍ୱର ପୂଜାକୁ ପାଳନ କରୁଛନ୍ତି |ଆଜି ସନ୍ଧ୍ୟା ରୁ ପ୍ରଭୁଙ୍କ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି | ଶ୍ରଦ୍ଧାଳୁ ମାନଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି | ଏରସମା ର ପ୍ରସିଦ୍ଧ ଡେ଼କରେଟର ଜିତେନ୍ଦ୍ର ଙ୍କ ଡେକୋରେସନ ସାଜସୁଜା ଲୋକମାନଙ୍କୁ ବେଶ ବିମୋହିତ କରିଥିଲା |ଶାନ୍ତିଶୃଙ୍ଖଳା ପାଇଁ କମିଟି ର ସଦସ୍ୟମାନେ ବେଶ ଯତ୍ନବାନ ଥିବା ବେଳେ, ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ଲୋକମାନଙ୍କ ଭିଡ଼ ଆଉ ୫ ଦିନ ପର୍ଯ୍ୟନ୍ତ ଲାଗିରହିବ ବୋଲି ସୂଚନା ଦେଇଛନ୍ତି ସଭାପତି ପ୍ରବୀର କୁମାର ସ୍ୱାଇଁ | ସମ୍ପାଦକ ଚନ୍ଦ୍ରକାନ୍ତ ପରିଡା, କାର୍ଯ୍ୟକାରି ସଭାପତି ବିକ୍ରମ ଦଳାଇ, କୋଷାଧକ୍ଷ ଆଶିଷ ପରିଡା, କର୍ତ୍ତା ପ୍ରକାଶ ରାଉତ, ସଂଜୀବ, ରାମଚନ୍ଦ୍ର, କାହ୍ନା, ଆଦିତ୍ୟ, ରଶ୍ମି, ପ୍ରିୟବ୍ରତ,ରାଜା, ସୁମନ,କିଶୋର, ଗୁଡ଼ୁ, ସୋନୁ, ଟୁଲିଆ,ଜିତେନ୍ଦ୍ରଙ୍କ ସମେତ କମିଟି ର ସମସ୍ତ ସଦସ୍ୟମାନଙ୍କ ଉଦ୍ୟମ ରେ ସରବା କାର୍ତ୍ତିକେଶ୍ୱର ପୂଜା ସମଗ୍ର ଜିଲ୍ଲା ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବାରୁ ପୂଜା କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ଭୂୟାଶ୍ରୀ ପ୍ରଶଂସା କରିଛନ୍ତି ସଭାପତି ପ୍ରବୀର କୁମାର ସ୍ୱାଇଁ |


error: Content is protected !!