ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ


ବୈପାରିଗୁଡ଼ା:(ଗୋମତି ପାଙ୍ଗି):- କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ଏବେ ଭିଜିଲାନ୍ସ ଜାଲରେ। ବୈପାରିଗୁଡ଼ା ଆଇ ଆଇ ସି ସୁଶାନ୍ତ କୁମାର ଶତପଥି ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ବସରେ ଯାଉଥିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ପାଖର ଭିଜିଲାନ୍ସ ବିଭାଗ ହାତରେ ଧରିଥିବା ପଡ଼ିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ସୁଶାନ୍ତ କୁମାର ଶତପଥି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ଆଇ ଆଇ ସି କାର୍ଯ୍ୟ ତୁଲାଉଥିଲେ। ଆଜି ଶ୍ରୀ ଶତପଥି ଏକ ଘରଇ ରିଲାଏନ୍ସ ବସରେ ନିଜ ଘର କଟକ ଦେଇ କେନ୍ଦ୍ରାପଡ଼ା ଯାଉଥିଲେ। ଶ୍ରୀ ଶତପଥି ବସ୍ ରେ ଟଙ୍କା ଧରି ଯାଉଥିବା ନେଇ ଭିଜିଲାନ୍ସ ବିଭଗୀୟ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବସଟିକୁ ଜୟପୁର ସ୍ଥିତ ଟାଙ୍କୁଆ ପାଖରେ ଅଟକାଇ ଚଡ଼ାଉ କରିଥିଲେ । ଚଡ଼ାଉ ବେଳେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥିଙ୍କ ଠାରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ବାହାରିଥିଲା। ସେହିପରି ବୈପାରିଗୁଡ଼ା ଥାନାରେ ଥିବା ଶତପଥୀଙ୍କ ଚାମ୍ୱରରୁ ୧ ଲକ୍ଷ ୮୦ ହଜାର ଟଙ୍କା ବାହାରିଥିବା ବେଳେ ଘରୁ ୩ଲକ୍ଷ ଟଙ୍କା ବାହାରିଥିଲା । ତେବେ ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଶ୍ରୀ ଶତପଥିଙ୍କ ଠାରୁ ସର୍ବ ମୋଟ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ସହ ଶ୍ରୀ ଶତପଥିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶ୍ରୀ ଶତପଥି କିଛି ଉତ୍ତର ଦେଇନଥିବା ଜଣା ପଡ଼ିଛି। ଶ୍ରୀ ଶତପଥି ବୈପାରିଗୁଡ଼ା ଥାନାରେ ଜଇନ୍ କରି ୫ ମାସ ହୋଇଥିଲା। ତେବେ ବୈପାରିଗୁଡ଼ା ଥାନା ଅଧିକାରୀ ଶ୍ରୀ ଶୁଶାନ୍ତ କୁମାର ଶତପଥି ଏତେ ଗୁଡ଼ାଏ ଟଙ୍କା କଉଠୁ ଆଣି କୁଆଡ଼େ ନେଇ ଯାଉଥିଲେ ତାହା ନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଟିମ୍ କଟକ ଶ୍ରୀ ଶତପଥୀଙ୍କ ଘରେ ଛଡାଉ କରିଥିଲେ । ଘରେ ଚଡ଼ାଉ ବେଳେ ବିଡ଼ା ବିଡ଼ା ନଟ୍ ସହ ଗହଣା ବାହାରିଥିଲା । ସୁନା ଗହଣା ସହ ହାରାହାରି ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଟିମ୍। ତେବେ ଆଗକୁ ମଧ୍ୟ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗର ସୂଚନା ରହିଛି।


error: Content is protected !!