ବ୍ୟାଙ୍କ ସେବା


ପ୍ରତି ପଞ୍ଚାୟତରେ ‘ବ୍ୟାଙ୍କ ସେବା’, ଗ୍ରାମୀଣ ଅର୍ଥନୈତିକ ଅଭିବୃଦ୍ଧିରେ ନବୀନ ଯୁଗ। ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ଆରମ୍ଭ ହୋଇଥିବାବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ୪୩୭୩ ପଞ୍ଚାୟତରେ ଏହି ସେବା ପହଞ୍ଚାଇବାକୁ ସରକାରଙ୍କ ଲକ୍ଷ୍ୟ ରହିଛି। ‘ଆମ ବ୍ୟାଙ୍କ’ ଦ୍ୱାରା KALIA, MAMATA, MadhuBabuPensionYojana ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଉପଲବ୍ଧ ହେବ। ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ‘ଆମ ବ୍ୟାଙ୍କ’ ମାଇଲଷ୍ଟୋନ ହେବ ଏବଂ ଏହାଦ୍ବାରା ଗାଁରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।


error: Content is protected !!