ନୀଳଗିରି କୃଷକ ବିଜେପି ମୋର୍ଚ୍ଚା ପକ୍ଷରୁ ଧାନମଣ୍ଡି ଅଵ୍ୟବସ୍ଥା ପ୍ରତିବାଦରେ ବିକ୍ଷୋଭ


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ନୀଳଗିରି କୃଷକ ବିଜେପି ମୋର୍ଚ୍ଚାର ନେତା ନେତ୍ରୀ ଓ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଶହ ଶତାଧିକ କୃଷକ ମୋର୍ଚ୍ଚାର ନେତା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଦ୍ୱାରା କୃଷକ ମାନଙ୍କ ପ୍ରତି କରାଯାଉଥିବା ଦୃନୀତି, ଭ୍ରଷ୍ଟାଚାର, ଅନ୍ୟାୟ ଏବଂ ଦଳୀୟ ପଦାଧିକାରୀ ନେତା,ମନ୍ତ୍ରୀ, ବିଜେଡି ବିଧାୟକ ମାନେ କୃଷକ ମରଣାନୀତି କରି କୃଷକ ମାନଂକୁ ଲୁଟୁଛନ୍ତି।ଅପରପକ୍ଷେ ରାଜ୍ୟ ସରକାର ଦୀର୍ଘ 23ବର୍ଷ ଶାସନ କାଳରେ ମଧ୍ୟରେ ଜଳସେଚନ ପ୍ରକ୍ରିୟାରେ ବିଫଳ ଯାହା ଦ୍ୱାରା ଚାଷୀମାନେ ମରୁଡି ହେବା ଦ୍ୱାରା ମାନସିକଗ୍ରସ୍ତ ହୋଇ ରଣ ଭାରରେ ବୁଡ଼ି ରହି।ଆତ୍ମହତ୍ୟା କରୁଛନ୍ତି। ଧାନମଣ୍ଡି ନିର୍ଧାରିତ ସମୟରେ ଖୋଲାଯାଉନି ଚାଷୀମାନେ ଦଲାଲ ବେପାରୀ ମାନଂକୁ 1300ରୁ 1400 ଟଙ୍କା ରେ ବିକ୍ରୟ କରୁଛନ୍ତି।ରାଜ୍ୟ ସରକାର ଅତି ଶୀଘ୍ର ଧାନମଣ୍ଡି ଖୋଲନ୍ତୁ।ଧାନମଣ୍ଡି ସବୁଦିନ ପାଇଁ ଖୋଲା ରହୁ।ଧାନକିଣା କରିବା ସମୟରେ କଟନୀ ଛଟନୀ ବନ୍ଦ କରାଯାଉ।ଧାନମଣ୍ଡିର ମିଲର ମାନଙ୍କ ର ଦାଦାଗିରି ବନ୍ଦ କରିବା ଶହ ଧାନମଣ୍ଡିକୁ ମିଲର ମାନେ ଅନୁପ୍ରବେଶ ବନ୍ଦ ରହୁ।ଏହି ସବୁ ଦାବି ନେଇ ନୀଳଗିରି ବିଜେପି କୃଷକ ମୋର୍ଚ୍ଚା ବିକ୍ଷୋବ୍ କରିଥିଲେ।କୃଷକନେତା ପକ୍ଷରୁ ବୈରାଗୀ ଚରଣ ବେହେରା, କୃଷକମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗାଧର ମିଶ୍ର, ଜିଲ୍ଲା ଉପସଭାପତି ସମର ଶଙ୍କର କାନୁନ ଗୋ ଜିଲ୍ଲା ସମ୍ପାଦକ ମୋନରଞ୍ଜନ ବେହେରା, ରାଜ୍ୟ ପରିଷଦ ସଦସ୍ୟ ଅଶୋକ ଜେନା, ସରପଞ୍ଚ ରାଜୀବ ଦାଶ ବାବୁ, ସମିତିସଭ୍ୟ ମନୋରଞ୍ଜନ ନାୟକଙ୍କ ଶହ ପ୍ରଫୁଲ ଦଳେଇ, ଦେବବ୍ରତ ପଣ୍ଡା, ରାମଚନ୍ଦ୍ର ଦାଶ,ରାଧାଗୋବିନ୍ଦ ଖଟୁଆ ପ୍ରମ୍ମୁଖ ଯୋଗଦାନ ଦେଇ ଧାନମଣ୍ଡିର ଅଵ୍ୟବସ୍ଥା ପ୍ରତିବାଦରେ ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ଶହ ଏକ ସ୍ମାରକ ପତ୍ର ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ନୀଳଗିରି ଉପଜିଲ୍ଲାପାଳଙ୍କୁ ଦିଆଯାଇଥିଲା।


error: Content is protected !!