ଶ୍ରୀମନ୍ଦିରର ୪ ଦ୍ୱାର ଫଟୋ ବି କଥା କହେ।ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର ।ପବିତ୍ର ଶ୍ରୀକ୍ଷେତ୍ର ଧାମରେ ଶ୍ରୀମନ୍ଦିରର ୪ ଦ୍ୱାର ଆଧ୍ୟାତ୍ମିକ ଜ୍ଞାନର ପ୍ରତୀକ ।ଏମିତି ଏକ ଫଟୋ ନଜରରେ ଆସିଲା ।ଭାବିଲି ବନ୍ଧୁ ମାନଙ୍କ ପାଇଁ କବିତା ମାଧ୍ୟମରେ ପ୍ରଭୁଙ୍କର ଚିନ୍ତାଧାରାକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିବି ।ପଶୁ ମାନଙ୍କ ପ୍ରତି ମହାପ୍ରଭୁଙ୍କର ପ୍ରେମ ଭାବନା ସ୍ପଷ୍ଟ ବାରି ହେଉଛି ।ସାଧାରଣତଃ ରକ୍ଷକ ଉପରେ ଭରସା ରହିଥାଏ ।ସେଇ ଭରସାକୁ ପ୍ରମାଣିତ କରିବା ପାଇଁ ପ୍ରଭୁଙ୍କ ଏହା ହେଉଛି ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ସୁନ୍ଦର ବାର୍ତ୍ତା । ଜୀବ ପ୍ରତି ଦୟା ଭାବନା ରଖିବାର ଉଦାହରଣ ।ତେଣୁ ଯେ କୌଣସି ଜୀବ ପ୍ରତି ନିଜର ଦୟା ଭାବ ପ୍ରକଟ କରନ୍ତୁ ।ଜିହ୍ୱା ସ୍ଵାଦ ପାଇଁ କିଛି ଦି ଗୋଡ଼ିଆ କଳା ମୁଣ୍ଡିଆ ପଶୁ ଅନେକ ନୀରିହ ଜୀବକୁ ହତ୍ୟା କରି ନିଜର ଆତ୍ମ ତୃପ୍ତ କରିବାକୁ ଯୁକ୍ତି କରନ୍ତି ।ବାସ୍ତବିକ ଏହା ଆତ୍ମ ତୃପ୍ତି ନୁହେଁ ।ଜାଣି ଶୁଣି ପାପର ଭାଗିଦାରୀ ହୁଅନ୍ତି ।ମଣିଷ ପରି ପ୍ରତ୍ୟେକ ଜୀବ ଜନ୍ତୁଙ୍କର ବଞ୍ଚିବାର ଅଧିକାର ରହିଛି ।ସେ ଅଧିକାରକୁ ଛଡ଼ାଇ ନେଇ ପାପରେ ଭାଗି ହୁଅନ୍ତୁ ନାହିଁ ।ପ୍ରାଣୀଙ୍କ ପ୍ରତି ବିଶ୍ବାସ ପ୍ରକଟ କରିଛନ୍ତି ସ୍ଵଂୟ ମହାପ୍ରଭୁ ଜଗନ୍ନାଥ ।ଏମିତି ଏକ ଭାବନାକୁ ନେଇ ଏକ ଉପସ୍ଥାପନ ।ଚାରି ଦ୍ଵାରର ରକ୍ଷକ ଭାବରେ ୪ ପ୍ରାଣୀ ।ପୂର୍ବରେ ଥିବା ସିଂହଦ୍ୱାରକୁ ଧର୍ମଦ୍ଵାର କୁହାଯାଏ ଓ ଏହାର ରକ୍ଷକ ପରାକ୍ରମୀ ସିଂହ ।ପଶ୍ଚିମ ଦ୍ୱାରର ରକ୍ଷକ ହେଲେ ବ୍ୟାଘ୍ର ।ସେଥିପାଇଁ ଏହାକୁ ବ୍ୟାଘ୍ର ଦ୍ଵାର ସହିତ କାମଦ୍ୱାର କୁହାଯାଏ ।ଉତ୍ତର ଦ୍ଵାର ହସ୍ତିଦ୍ଵାର ବା ମୋକ୍ଷଦ୍ୱାର ନାମରେ ଜଣା ।ଏହି ଦ୍ଵାରର ରକ୍ଷକ ହେଲେ ହସ୍ତୀ ।ଦକ୍ଷିଣ ଦ୍ଵାର ନାମ ହେଲା ଅଶ୍ଵଦ୍ୱାର ବା ଅର୍ଥଦ୍ଵାର ।ରକ୍ଷକ ଭାବରେ ଦଣ୍ଡାୟମାନ ଅଶ୍ଵ ।ପଶୁମାନଙ୍କ ପ୍ରତି ଅତୁଟ ବିଶ୍ୱାସ ରଖିଥିବା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ସୁନ୍ଦର ବାର୍ତ୍ତା ।


error: Content is protected !!