ଭୁବନେଶ୍ୱର: ନିଜକୁ ଡାକ୍ତର ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନକଲି ଡାକ୍ତର ଗିରଫ । ନକଲି ଡାକ୍ତର ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ ।
ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କ ସହ ଅଭିଯୁକ୍ତର ମେଟ୍ରିମୋନିଆଲ ସାଇଟରେ ସମ୍ପର୍କ ହୋଇଥିଲା । ନିଜକୁ ପୁଣେରେ ଡାକ୍ତର ଥିବା କହି ଅଭିଯୋଗକାରିଣୀ ଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଶ୍ୱାସ ଜନ୍ମାଇଥିଲା । ପରେ ନକଲି ଡାକ୍ତର ସରୋଜ ନିଜ ସାଙ୍ଗର ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା । ଅଭିଯୋଗକାରିଣୀ ଫୋନପେ ଜରିଆରେ ତିନୋଟି କିସ୍ତିରେ ୧ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ । ଅଭିଯୋଗକାରିଣୀ ଦେଇଥିବା ଟଙ୍କା ମାଗିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେଇଥିଲା ସରୋଜ । ଏନେଇ ମଞ୍ଚେଶ୍ୱର ଥାନା ରେ ଅଭିଯୋଗ ହେବା ପରେ ତଦନ୍ତ କରି ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ନାଁରେ ପୂର୍ବରୁ ଅନେକ ମାମଲା ଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୁଲିସ ।

More Stories
୭ମ ଏନଟିପିସି ୧୦ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା |
କାଉଗୁଡା ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା