ନିଆଳି ବ୍ଲକ ଘେରାଉ କଲା ବିଜେପି


ନିଆଳି ବ୍ଲକ ଘେରାଉ କଲା ବିଜେପି । ସାରା ରାଜ୍ଯରେ ବିଜେପି ପକ୍ଷରୁ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଜନ ଆନ୍ଦୋଳନ ହେଉଥିବାବେଳେ ବିଜେପି ପକ୍ଷରୁ କଟକ ଜିଲ୍ଲା ନିଆଳି ବ୍ଲକ ଘେରାଉ କରାଯାଇଛି । ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ବିଜେପି ।‌ ବ୍ଲକରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ନିଆଳିର ବିଜେପି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ନିଆଳି ବ୍ଳକର ୨୩ଟି ପଞ୍ଚାୟଚର ଶହ ଶହ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି କଟକ ଜିଲ୍ଲା ନିଆଳି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରା ବାଜି କରିଥିଲେ । ଏହି ସବୁ ଦୁର୍ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ଏକ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଆଳି ବ୍ଲକ ପ୍ରଶାସନଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ଓବିସି ମୋଚ୍ଛା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ ,ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଶହଶହ ବିଜେପି କର୍ମୀମାନେ ଯୋଗଦେଇ ସରକାର ଏବଂ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରା ବାଜି କରିଥିଲେ ।


error: Content is protected !!