ବିଧାୟକ ପ୍ରଶାନ୍ତ ବେହେରା ରୋଧପୁର ଗ୍ରାମର ପ୍ରାଇମେରୀ ସ୍କୁଲ୍ ପରିଦର୍ଶନ


ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା ମହୋଦୟ ବାଲିସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୋଧପୁର ଗ୍ରାମର ପ୍ରାଇମେରୀ ସ୍କୁଲ୍ ପରିଦର୍ଶନ କରି ସ୍କୁଲ ପିଲାଙ୍କ ସହ ପାଠ ପଢା ସମ୍ପର୍କରେ ପ୍ରଶ୍ନ ପଚାରି କିଛି କିଛି ମୁହୂର୍ତ୍ତ ସମସ୍ତ ଶ୍ରେଣୀ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇ ଥିଲେ। ସ୍କୁଲ ମଧ୍ୟାହ୍ନ ଭୋଜନ କି ଭଳି ପ୍ରସ୍ତୁତ ହେଇଛି ସେ ସମ୍ପର୍କରେ ମଧ୍ୟ ଯାଞ୍ଚ କରିଥିଲେ । ବିଧାୟକ ସ୍କୁଲ ପରିଦର୍ଶନ କରିଥିବାରୁ ଗ୍ରାମବାସୀ ବୃନ୍ଦ ଅନେକ ଅନେକ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି।


error: Content is protected !!